କେସିଙ୍ଗା,୯।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ଆରମ୍ଭ ହୋଇଯାଇଛି। କେସିଙ୍ଗା ବିଡିଓ ତଥା ଆବାହକ ଜନ୍ମେଜୟ ସ୍ବାଇଁ ଓ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀ ଗଣେଶଙ୍କ ମୂର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଉଦଘାଟନ କରିଥିଲେ।
ଜିଲାପାଳ ତାଙ୍କର ବକ୍ତବ୍ୟରେ କହିଥିଲେ, କଳା ସଂକୃତିକକୁ ଦୀର୍ଘ ୨୮ ବର୍ଷ ଧରି ବଞ୍ଚାଇ ରଖିଥିବାରୁ ବ୍ଲକ ପ୍ରଶାସନକୁ ଧନ୍ୟବାଦ। ଏହି ଉତ୍ସବରେ ଗ୍ରାମାଞ୍ଚଳରେ ଲୁପ୍ତ ଭାବେ ଥିବା କଳାକାରମାନେ ଲୋକ ଲୋଚନକୁ ଆସି ଅତି ସୁନ୍ଦର ଭାବେ କଳା ପ୍ରଦର୍ଶନ କରୁଥିବାରୁ ଦର୍ଶକ ମାନେ ତାହା ଦେଖି ଆନନ୍ଦିତ ହେଉଛନ୍ତି। ପ୍ରବଳ ଶୀତ କାକରକୁ ଖାତିର ନ କରି ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହେଉଛନ୍ତି ବୋଲି କହିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରଶାନ୍ତି ପ୍ରଧାନ, ଏସ. ଡି.ପି.ଓ.ସନ୍ଦୀପ କୁମାର ମାଝୀ ଯୋଗଦେଇ ଥିଲେ। ଅତିଥିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଅତିଥିମାନେ କଳାହାଣ୍ଡି ଉତ୍ସବ ଘୁମୁରାର କଳା ସଂକୃତିକ ଉପରେ ନିଜସ୍ବ ମତ ରଖିଥିଲେ। ପରେ ପଶ୍ଚିମ ଓଡିଶାର ବିଶିଷ୍ଟ ହାସ୍ୟ କଳାକାର ଯୋଗେଶ ଜୋ ଜୋ ଓ ବିନ୍ଧୁଙ୍କ ଦ୍ୱାରା ବିଶେଷ ଆକର୍ଷଣ ଥିଲା। ଏହା ସହ ଏସ.ଆଇ. ଅନୁପ କୁମାର ଶତପଥୀଙ୍କ ଦାରା ଯାଦୁ ପ୍ରଦର୍ଶନ କରାଯାଇଥିଲା। ଏହି ବୁଢ଼ାରଜା ମଞ୍ଚରେ ଭବାନୀପାଟଣାର ନୁପୁର ଡାନ୍ସ ଓ ମୟୁର ସାଥିଙ୍କ ସମେତ ଅନେକେ କଳାକାର ବୃନ୍ଦ ସାମିଲ ହୋଇ କଳାହାଣ୍ଡିସ୍ର ଐତିହ ସଂକୃତିକ ପରମ୍ପରା, ଲୋକନୃତ୍ୟ, ଲୋକକଳା ଓ ସଙ୍ଗୀର ସମାବେଶରେ ବୁଢ଼ାରଜା ମଞ୍ଚରେ ଦୁଳୁକି ଉଠିଥିଲା। ଏହି ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ ଓ ଧନ୍ୟବାଦ ଅର୍ପଣ କରିଥିଲେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ।