ବଢ଼ିବକି ଟ୍ରେନଭଡ଼ା? ବଜେଟରେ ସରକାର ଦେଲେ ଏହି ବଡ଼ ସଙ୍କେତ

ଚଳିତ ବର୍ଷ ବଜେଟରେ ଅର୍ଥମନ୍ତ୍ରୀ ରେଳ ପ୍ରକଳ୍ପ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସାରା ଦେଶରେ ସାତୋଟି ନୂତନ ହାଇ-ସ୍ପିଡ୍ ରେଳ କରିଡର ନିର୍ମାଣ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହି କରିଡରଗୁଡ଼ିକ ଦେଶର ବିଭିନ୍ନ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର ମଧ୍ୟରେ ଯାତ୍ରାକୁ ସୁବିଧାଜନକ କରିବ। ବଜେଟରେ ଉଲ୍ଲେଖ ଅଛି ଯେ ହାଇ-ସ୍ପିଡ୍ ରେଳ କରିଡରଗୁଡ଼ିକ ଅନେକ ସହରକୁ ସଂଯୋଗ କରିବ ।

Dharitri – Odisha’s No.1 Trusted Odia Daily

Share