Budget 2025: ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଆରମ୍ଭରୁ ବିରୋଧି କଲେ ହଙ୍ଗାମା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର (୧ ଫେବୃଆରୀ) ଦେଶର ବଜେଟ ଉପସ୍ଥାପନ କରଛନ୍ତି। ଏହା ନିର୍ମଳା ସୀତାରାମନ୍‌ଙ୍କ ଅଷ୍ଟମ ବଜେଟ। ଯାହାଠାରୁ ପ୍ରତ୍ୟେକ ବର୍ଗର କିଛି ବିଶେଷ ଆଶା ରହିଛି। ଏହି ସାଧାରଣ ବଜେଟକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏହା ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ହେବ ଏବଂ ଅର୍ଥମନ୍ତ୍ରୀ ଭାବରେ ନିମଳା ସୀତାରମଣଙ୍କ ଏହା ୮ମ ବଜେଟ ହେବ। ଏଥର ସାଧାରଣ ବଜେଟରେ ଲୋକଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ଏବଂ ଟିକସ ଛାଡ଼ ସମେତ ଅନେକ ବଡ଼ ଘୋଷଣା ଆଶା କରାଯାଉଛି। ଏହି ବଜେଟରୁ ମଧ୍ୟବିତ୍ତ ବର୍ଗର ସର୍ବାଧିକ ଆଶା ରହିଛି ଏବଂ ସେମାନେ ଟିକସ ରିହାତି ପାଇଁ ଆଶା କରୁଛନ୍ତି।
ବଜେଟ ଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଆମର ଧ୍ୟାନ ‘ଜ୍ଞାନ’ ଉପରେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ ଆମେ ବହୁମୁଖୀ ବିକାଶ ହାସଲ କରିଛୁ।
ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହି ସମୟରେ, ବିରୋଧୀ ଦଳ ଲୋକ ସଭାରେ ହଟ୍ଟଗୋଳ କରୁଛନ୍ତି।

Share