Budget 2025: ଅଙ୍ଗନବାଡିକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପିଲାଙ୍କୁ ମିଳିବ…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ୩.୦ର ବଜେଟ ଲୋକ ସଭାରେ ଉପସ୍ଥାପିତ ହେଛଛି। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ, ଅର୍ଥମନ୍ତ୍ରୀ ର୍ନିମଳା ସୀତରାମନ ମୋଦି ସରକାରଙ୍କ ୧୪ତମ ବଜେଟ ଉପସ୍ଥାପନ କରୁଛନ୍ତି। ଗତ ବର୍ଷ ଜୁଲାଇ ୨୦୨୪ରେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସରକାର ଗଠନ ହେବା ପରେ ଏହା ଏହି ସରକାରଙ୍କର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ।

ତେବେ ଏହି ବଜେଟରେ ଅଙ୍ଗନବାଡିକୁ ନେଇ ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ସକ୍ଷମ ଅଙ୍ଗନବାଡ଼ି ୨.0 ଉପରେ ଗୁରୁତ୍ୱ ଦେବାକୁ ସେ ଆଲୋକପାତ କରିଛନ୍ତି। ଏହା ଦ୍ବାରା ୮ କୋଟି ଶିଶୁ ଲାଭବାନ ହେବେ। ସରକାରୀ ସେକେଣ୍ଡାରି ସ୍କୁଲକୁ ବ୍ରୋଡବ୍ୟାଣ୍ଡ ମିଳିବ। ଆଞ୍ଚଳିକ ଭାଷାରେ ପୁସ୍ତକ ପ୍ରକାଶନ କରାଯିବ। ୫୦ ହଜାର ଅଟଳ ଟିଙ୍କରିଂ ଲାବ ପ୍ରତିଷ୍ଠା କରାଯିବ। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ବ୍ରୋଡବ୍ୟାଣ୍ଡ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Share