ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ):ଆଶା ଥିଲା ଗାଁରେ ମୋବାଇଲ ଟାୱାର ବସିଲା ଏବେ କମ୍ୟୁନେକେସନର କୌଣସି ଅସୁବିଧା ହେବନି। ଗାଁରେ ଛାତ୍ରୀଛାତ୍ର ଅନଲାଇନରେ ପାଠ ପଢ଼ିପାରିବେ ଆଉ କ୍ଷୁଦ୍ର ବ୍ୟାଙ୍କ ସେବା ମିଳିପାରିବ। ୟୁପିଆଇରେ ଅର୍ଥ କାରବାର ନିଜ ମୋବାଇଲରେ କରିହେବ। କୃଷକ ସ୍ମାର୍ଟଫୋନରେ ବିଭିନ୍ନ କୃଷି ସମ୍ବନ୍ଧୀୟ ତଥ୍ୟ ପାଇବେ। ଆମ୍ବୁଲାନ୍ସ ଡାକିବାକୁ ନିକଟସ୍ଥ ଗାଁରେ ଥିବା ନେଟୱାର୍କକୁ ଆଉ ଯିବାକୁ ପଡିବନି। ଏମିତି କେତେ କଣ ଆଶା କରିଥିବା ଗ୍ରାମବାସୀଙ୍କୁ ଏବେ ନିରାଶ ହେବାକୁ ପଡୁଛି। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଇର୍ପିସରୁ ଓ ଡିପୁମାହା ଗ୍ରାମବାସୀଙ୍କ କ୍ଷେତ୍ରରେ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ବିଏସଏନଏଲର ମୋବାଇଲ ଟାୱାର ସ୍ଥାପନ କରାଯିବା ସହ ଯନ୍ତ୍ରପତି ଖଞ୍ଜା ଗଲା। କିନ୍ତୁ ଦୀର୍ଘ ଦିନର ଅପେକ୍ଷାରେ ଅଞ୍ଚଳବାସୀ ରହିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଅସନ୍ତୋଷ ଦେଖାଯାଇଛି। ଖୁବଶୀଘ୍ର କରା ନ ଗଲେ ଆଗାମୀ ଦିନରେ ରାଜାରାସ୍ତାକୁ ଓହ୍ଲାଇବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।