କୋରାପୁଟ,୧।୧୦(ଅମିତାଭ ବେହେରା): କୋରାପୁଟ ଓଏମ୍ପିଠାରେ ଥିବା ବିଏସ୍ଏଫ ମୁଖ୍ୟାଳୟ ପରିସରରେ ବିଏସ୍ଏଫର ରାଇଜିଂ ଡେ ଉପଲକ୍ଷେ ବୁଧବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଏସ୍ଏଫ ଡିଆଇଜି ସତ୍ୟବାନ ଖାଞ୍ଚି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଉଦ୍ଘାଟନ କରିଥିଲେ। ରକ୍ତ ଦାନ ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ବିଏସ୍ଏଫ ଡିଆଇଜି ମତ ପ୍ରକାଶ କରିଥିଲେ।
ବିଏସ୍ଏଫ ୧୮୦ ବାଟାଲିୟନର କମାଣ୍ଡାଣ୍ଟ ସଞ୍ଜୟ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୭ଜଣ ଅଧିକାରୀ, ୧୩ଜଣ ଏସ୍ଓଏସ୍ ଏବଂ ୨୦ ଓଆରଏସ ଏପରିକି ସର୍ବମୋଟ ୪୦ଜର ଯୋଗଦେଇ ୪୦ ୟୁନିଟ ରକ୍ତ ଦାନ କରିଥିଲେ। ଯବାନ କେବଳ ଦେଶ ମାତୃକାର ରକ୍ଷା କରୁ ନାହାନ୍ତି ସେମାନେ ନିଜର ବହୁ ମୂଲ୍ୟ ରକ୍ତ ଦେଇ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।