କାଲିମେଳା,୧୪।୧୦(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ନଲାଗଣ୍ଠି ପଞ୍ଚୟତ ଏମ.ଭି ୭୨ ଗାଁରେ ସ୍ତ୍ରୀ ନିଜ ଅଧିକାର ପାଇ ସ୍ବାାମୀ ଘର ଆଗରେ ଧାରଣା ଦେଇଛନ୍ତି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ସ୍ତ୍ରୀ କରିସ୍ମା ମଣ୍ଡଳ ନିଜ ଅଧିକାର ପାଇଁ ଗତ ଦୁଇ ଧରି ସ୍ବାମୀଙ୍କ ଘର ଗେଟ ସାମ୍ନାରେ ଧାରଣା ଦେଇଛନ୍ତି। କରିସ୍ମାଙ୍କ ଶ୍ୱଶୁର ଏମ. ଭି ୭୨ ଗ୍ରାମର ତୁଷାର ମଣ୍ଡଳ, ଶାଶୁ, ନଣନ୍ଦ ଘର ଛାଡି ଫେରାର ହୋଇଛନ୍ତି। ସ୍ବାମୀ ତାପସ ମଣ୍ଡଳ BSF ଯବାନ ଭାବେ ଜମୁ କଶ୍ମୀର ସିଲିଗୁଡ଼ିରେ କାର୍ଯ୍ୟରତ ଅଛନ୍ତି l
ତାପସଙ୍କ ବାପା ପଡିଆ ବ୍ଲକର ଶିମିଳିବାଞ୍ଛା ପଂଚାୟତର ଏମ. ଭି ୬୧ ଗ୍ରାମର କୃଷ୍ଣପଦ ବିଶ୍ୱାସଙ୍କ ଝିଅ କରିସ୍ମାକୁ ନିଜ ବୋହୂ କରିବାକୁ ବାଛିଥିଲେ। ତାପସ ଓ କରିସ୍ମା ଉଭୟ ମାଲକାନଗିରି ମାଲିକେଶ୍ୱର ଶିବ ମନ୍ଦିର ବିବାହ ପରେ ପୁନଃ କୋର୍ଟରେ ମ୍ୟାରେଜ ଏଗ୍ରିମେଣ୍ଟ କରିଥିଲେ। କ୍ରମିକ ନମ୍ବର 578/2021,ତାରିଖ 30/9/2022ରେ ମ୍ୟାରେଜ ଏଗ୍ରିମେଣ୍ଟ ହୋଇଥିଲା। ଏହା ପରେ ଉଭୟ ମାଲକାନଗିରିରେ ଘର ଭଡା କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ l
ହେଲେ ଶ୍ୱଶୁରଶ୍,ଶାଶୁ ଓ ପରିବାର ଅନ୍ୟ ସଦସ୍ୟମାନେ ପୁଅ ବୋହୂ ସମ୍ପର୍କରେ ବିଭେଦ ସୃଷ୍ଟି ଉଭୟଙ୍କୁ ଅଲଗା କରିଦେଇଥିଲେ। ଏହା ପରେ କରିସ୍ମା ଏମ. ଭି. ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନ୍ୟାୟ ପାଇଁ ଏହାପରେ ଏମ. ଭି. ୭୯ ଥାନା ୯୮/୨୨ ମାମଲା ରୁଜୁ ହେବା ସହ ଧାରା 109/212/353/376(I) Ipcରେ JMFC Motu କୁ ପୋଲିସ ଅଭିଯୁକ୍ତ ତାପସ ମଣ୍ଡଳକୁ କୋର୍ଟ ଫରୱାର୍ଡ କରିଥିଲେ। ଏହା ପରେ ଅଭଯୁକ୍ତ JMFC Motuରୁ କେସ ଉଚ୍ଚତମ ନ୍ୟାୟଳୟକୁ ସ୍ଥାନନ୍ତରିତ କରିଥିଲେ। ଏହାର କେସ ନମ୍ବର ୪୫୭/୨୦୨୨ ଥିଲା। ଏହା ପରେ ଉଚ୍ଚନ୍ୟାୟଳୟର ହସ୍ତକ୍ଷେପ ପରେ ସ୍ବାମୀସ୍ତ୍ରୀ ଏକାଠି ରହିବା କହିଥିଲେ ମଧ୍ୟ କରିସ୍ମାଙ୍କୁ ଶ୍ୱଶୁର, ଶାଶୁ, ସ୍ବାମୀ ତାଙ୍କୁ ସ୍ତ୍ରୀ କିମ୍ବା ବୋହୂ ମାନ୍ୟତା ମିଳି ପାରିନାହିଁ।
ଫଳରେ ଆସବାବପତ୍ର ଧରି ସ୍ତ୍ରୀ ମାନ୍ୟତା ପାଇଁ ଶ୍ୱଶୁର ଘର ଆଗରେ ଧାରଣା ବସିଛନ୍ତି କରିସ୍ମା। ତେବେ ସ୍ବାମୀ ଓ ଶ୍ୱଶୁର ପରିବାରର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଘରେ ଅନୁପସ୍ଥିତ ନ ଥିଲେ। ଫୋନ କରି ଥିଲେ ମଧ୍ୟ ଫୋନ ଉଠାଇ ନଥିଲେ ଯାହା ଫଳରେ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ l