ଆନନ୍ଦପୁର,୧୭।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ୮ନମ୍ବର ୱାର୍ଡ ବଡ଼ମଳିକ ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଭୁଜାଲି ବେକ କାଟି ଜଣେ ଯୁବକଙ୍କ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
ବଡ଼ମଳିକ ସାହିର ସୁବାଷ ମଳିକ ନାମକ ଜଣେ ଯୁବକ କିଛିଦିନ ହେଲେ ବାହାର ରାଜ୍ୟରୁ ଗାଁକୁ ଫେରିଥିଲେ l ଗାଁକୁ ଫେରିବା ପରେ ସେ ଏକ ଭୁଜାଲି ଧରି ବୁଲାବୁଲି କରୁଥିଲେ। ଗୁରୁବାର ସନ୍ଧ୍ୟାରେ ସୁବାଷ ବାହାରେ ବୁଲାବୁଲି କରୁଥିବା ବେଳେ ସାହିର ବିରାଟ ମଳିକ ମଜାକିଆରେ କିଛି କଥା କହି ଦେଇଥିଲେ। ଏଥିରେ ସୁବାଷ ଉତ୍ତେଜିତ ହୋଇ ଧରିଥିବା ଭୁଜାଲିରେ ବିରାଟଙ୍କ ବେକ କାଟି ଫେରାର ହୋଇଯାଇଥିଲେ।
ବିରାଟଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି।