ଜବତ ହେଲା ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭଦ୍ରକ ଅଫିସ, ୬।୮: ଭଦ୍ରକ ଜିଲା ପୁରଣାବଜାର ପୋଲିସ ଶୁକ୍ରବାର ନଙ୍ଗାମହଲା ଅଞ୍ଚଳରୁ ୨୬୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ସାଦବ କାଦ୍ରୀ ଓ ଆଜାରୁଦ୍ଦିନ ଖାନ୍‌। ନଙ୍ଗାମହଲା ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗାର ବେପାର ଚାଲୁଥିଲା ବେଳେ ପୋଲିସ ଏହା ଉପରେ ନଜର ରଖିଥିଲା। ଗୁରୁବାର ସାଦବ ଓ ଆଜାରୁଦ୍ଦିନ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ବିକ୍ରି କରୁଥିବା ସମୟରେ ପୋଲିସ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ବ୍ରାଉନସୁଗାର ସହ ଏକ ବାଇକ୍‌, ୧୭୦୦ ଟଙ୍କା ଓ ବ୍ରାଉନସୁଗାରରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ହେବ। ଏନେଇ ପୁରୁଣାବଜାର ଥାନାରେ ଏକ ମାମଲା (ନଂ.୨୬୭/୨୧) ରୁଜୁ ହୋଇଥିବା ଏସ୍‌ଡିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି।