କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୋବର୍ନ୍ଧନ ଗ୍ରାମର ଅମିତ କୁମାର ସାହୁ(୩୬), ସୁଧୀର ଚନ୍ଦ୍ର ବେହେରା(୩୭), ବନାଯୋଡି ଗ୍ରାମର ଶାନ୍ତନୁ ବ୍ରହ୍ମ(୪୫), ଟାଉନ ଥାନା ଅନ୍ତର୍ଗତ ମାଇନିଂ ରୋଡର ବିଶ୍ୱଜିତ୍ ତ୍ରୀପାଠୀ(୨୬), ଭାଲୁକିପତଳା ଗ୍ରାମର ସରବନ ସାହୁ(୩୦), ବୁଲାଦୁଆର ସାହିର ସାହାରୁଖ ଖାନ(୨୫), ବାବୁଲାଲା କଲୋନୀର ସାହିଲ ଖାନ(୨୯), ତୁରୁମୁଙ୍ଗା ଥାନା ଅଞ୍ଚଳର ତୁରୁମୁଙ୍ଗା ସାହିର ଅନିଲ କୁମାର ସାହୁ(୩୬)ଞ୍।
ପୋଲିସ ସେମାନଙ୍କ ଠାରୁ ୧୪୬ ଗ୍ରାମର ବ୍ରାଉନ ସୁଗାର, ୪୯୦୦ ଟଙ୍କା, ୩ ଟି ବାଇକ, ଗୋଟିଏ କାର ଏବଂ ୬ଟି ମୋବାଇଲ ଫୋନ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଝର ସଦର ପୋଲିସ ଓ ସ୍ପେଶାଲ ସ୍କାର୍ଡ ବ୍ରାଉନ ସୁଗାର କାରବାର କରୁଥିବା ଅମିତ ଓ ସୁଧୀରଙ୍କୁ ଗୋବର୍ନ୍ଧନ ଗ୍ରାମରୁ ଧରିଥିଲା।
ସେମାନଙ୍କ ଠାରୁ ୧୪୬ ଗ୍ରାମର ବ୍ରାଉନ ସୁଗାର ଏବଂ ଓଡି-୦୯ଏଡି ୭୭୩୬ ନମ୍ବର ବିଶିଷ୍ଟ ଏକ ବାଇକ୍ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ବ୍ରାଉନ ସୁଗାର ଅନୁଗୋଳ ଅଞ୍ଚଳରୁ ଆସୁଥିବା ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜରିଆରେ ସଦର, ଟାଉନ ଏବଂ ତୁରୁମୁଙ୍ଗା ଥାନା ଅଞ୍ଚଳରେ ବିକ୍ରି ହେଉଥିବା ସୂଚନା ମିଳିଥିଲା।
ସୂଚନାକୁ ଅଧାର କରି ପୋଲିସ ତଦନ୍ତ କରି ସମ୍ପୃକ୍ତ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ସଦର ଥାନାରେ ଏକ ମାମଲା(୪୩୭/୨୫) ରୁଜୁ ହୋଇଥିବା ସଦର ଥାନା ଅଧିକାରୀ ଅମିତ୍ କୁମାର ଭୂୟାଁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।