ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି। ସୋହେଲ ଓ ନୁମାନଠାରୁ ପୋଲିସ ୧୨୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ହେବ ବୋଲି କୁହାଯାଇଛି। ପଚରାଉଚରାବେଳେ ସେମାନଙ୍କ ସୂଚନା ଆଧାରରେ ବେଆଇନ ବ୍ରାଉନ ସୁଗାର ବେପାରରେ ସମ୍ପୃକ୍ତ ୩ ମହିଳାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(ଏଏସପି) ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି।
ତାଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ, କୋଲକାତାରୁ ବ୍ରାଉନ ସୁଗାର ଚୋରା ଆଣି ଉଭୟ ଅଭିଯୁକ୍ତ ସୋହେଲ ଓ ନୁମାନ ଭିଏସଏସ ମାର୍ଗରେ ଥିବା ଏକ ହୋଟେଲ ପଛପଟେ ବେଆଇନ ଭାବେ ବ୍ରାଉନସୁଗାର ବିକ୍ରୟ କରୁଥିଲେ। ଏ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟାଉନଥାନା ପୋଲିସ ଚଢ଼ାଉ କରି ଉଭୟଙ୍କୁ ଧରି ଥାନାକୁ ଆଣି ପଚରା ଉଚରା କରୁଛି। ସେହିପରି ସମୱଲପୁରରେ ବ୍ରାଉନ ସୁଗାର ବେପାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଓ ଏହାର କିଙ୍ଗପିନ କିଏ ସେ ନେଇ ତଦନ୍ତ କରୁଛି ପୋଲିସ ବେଲି କହିଛନ୍ତି ଏଏସପି ବାରିକ।

 

Dharitri – Odisha’s No.1 Odia Daily