ଦିଗପହଣ୍ଡି,୧୬୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିି ଗ୍ରାମର ଗାଣ୍ଡୁ ବେହେରାଙ୍କୁ ସୋମବାର ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୨୭/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୪ ସେପ୍ଟେମ୍ବର ୨୩ ତାରିଖ ଭୋରରେ ଗ୍ରାମର କାଳି ବେହେରା ନାମ୍ନୀ ଜଣେ ମହିଳା ଘର ସମ୍ମୁଖରେ ଝାଡୁ କରୁଥିବା ବେଳେ ମୁଖାପିନ୍ଧି ଥିବା କୌଣସି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ବିବିଧ ମାଡ଼ ମାରି ଚମ୍ପଟ ମାରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଏନେଇ ଏତଲା ହେବା ପରେ ଥାନା ରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରିନଥିଲା।ଥାନା ଏଏସଆଇ ରମାକାନ୍ତ ଶବର ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱନେବା ପରେ ଘଟଣାର ତଦନ୍ତକରି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ମହିଳାଙ୍କ ଦିଅର ଗାଣ୍ଡୁଙ୍କୁ ଗିରଫ କରିଥିଲେ।ପୈତୃକ ସମ୍ପତ୍ତି ଓ ଚାଷଜମି ଭାଗ ବଣ୍ଟନ କୁ କେନ୍ଦ୍ର କରି ସେ ତାଙ୍କ ଭାଉଜ ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ପୋଲିସ ନିକଟରେ ସ୍ବୀକାର କରିଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।