Categories: Home Leftଖେଳ

ଗଦାଧର ସାହୁଙ୍କୁ ବ୍ରୋଞ୍ଜ୍‌ ପଦକ

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଚାଲିଥିବା ୨୦ତମ ଜାତୀୟ ସିନିୟର ପାରା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଗଦାଧର ସାହୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୫୯ କେଜି ବର୍ଗରେ ସେ ୧୩୫ କେଜି ଶକ୍ତି ଉତ୍ତୋଳନ କରି ବ୍ରୋଞ୍ଜ ପାଇଛନ୍ତି। ଦିଲ୍ଲୀର ବିନୋଦ ଠାକୁର ୧୬୦ କେଜି ଉଠାଇ ସ୍ବର୍ଣ୍ଣ ଏବଂ କେରଳର ଯୋବି ମାଥ୍ୟୁ ୧୫୦ କେଜି ସହ ରୌପ୍ୟ ପଦକ ହାସଲ କରିଛନ୍ତି। ୨୮ ତାରିଖରେ ଉଦ୍‌ଯାପିତ ହେବାକୁଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ଅନ୍ୟତମ ପ୍ରତିଯୋଗୀ ଚନ୍ଦନ କୁମାର ବେହେରା ୯୭ କେଜି ବର୍ଗରେ ପ୍ରତିନିଧିତ୍ୱ କରିବେ।