ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା

ପାଟଣା,୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍‌ ମୟୂରଭଞ୍ଜ ଜିଲାରୁ ଗୋଠଛଡ଼ା ଦନ୍ତା ରବିବାର ରାତିରେ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍‌ରେ ଉପଦ୍ରବ କରି ଘର ଭାଙ୍ଗି ଦେଇଛନ୍ତି। ଗୋଠଛଡା ଦନ୍ତା ବାଇକଳା, ଲୁଙ୍ଗା ଓ ନିଶ୍ଚିନ୍ତପୁର ଗାଁରେ ପଶି ୩ ଜଣଙ୍କ ଘର ଭାଙ୍ଗିଦେଇଛି। ତେବେ ଘର ଭିତରେ ଶୋଇଥିବା ଲୋକେ ଅଳ୍ପକେ ଉଦ୍ଧାର ପାଇଯାଇଛନ୍ତି। ଏବେ ହାତୀଟି ପାଟଣା ରେଞ୍ଜର ମାଧପୁର ଅଞ୍ଚଳ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଗୋଠଛଡ଼ା ଦନ୍ତା ଗାଁ ନିକଟରେ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

Share