ଭାରତ ଆସିବେ ବ୍ରିଟିଶ ବୈଦେଶିକ ସଚିବ

ଲଣ୍ଡନ,୧୭ା୩: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ବ୍ରିଟିଶ ବୈଦେଶିକ ସଚିବ ଲିଜ୍‌ ଟ୍ରସ ଚଳିତ ମାସ ଶେଷରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୨୨ ଦିନ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ଡୋନେଟସ୍କ ଏବଂ ଲୁହାନସ୍କକୁ ସ୍ବାଧୀନ ଦେଶ ଭାବରେ ମାନ୍ୟତା ଦେବାର ତିନି ଦିନ ପରେ ଫେବୃୟାରୀ ୨୪ରେ ରୁଷିଆ ସୈନ୍ୟମାନେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ କରିଥିଲେ। ସେବେଠାରୁ ଭାରତ ସମେତ ସମସ୍ତ ଦେଶ ଏହି ସଂଗ୍ରାମକୁ ଶେଷ କରିବା ପାଇଁ ଅନେକ ଉଦ୍ୟମ କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ। ଅନ୍ୟପକ୍ଷରେ  ଯୁଦ୍ଧ ସମୟରେ ଲିଜ୍‌ ଭାରତ ଆସୁଥିବାରୁ ୟୁକ୍ରେନ ସଙ୍କଟ ବିଷୟରେ ଆଲୋଚନା ହେବ ବୋଲି କୁହାଯାଉଛି।

ୟୁକ୍ରେନ ସଙ୍କଟ ସମ୍ପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି ଲିଜ୍‌। ସେ ଜୟଶଙ୍କରଙ୍କ ସହ ଫୋନ୍‌ରେ କଥା ହୋଇଥିବା ଜୟଶଙ୍କର ଟୁଇଟ୍‌ କରି କହିଛନ୍ତି। ସେ କହିଛନ୍ତି, ୟୁକ୍ରେନର ପରିସ୍ଥିତି ଉଭୟଙ୍କ ମଧ୍ୟରେ ଗଭୀର ଭାବରେ ଆଲୋଚନା ହୋଇଛି। ଏହି ଆଲୋଚନାରେ ଟ୍ରସ ଭାରତ ଏବଂ ବ୍ରିଟେନରେ ଭବିଷ୍ୟତ ପାଇଁ ସ୍ଥିର ହୋଇଥିବା ଯୋଜନାଗୁଡ଼ିକ ଉପରେ ଏକାଠି କାମ କରିବା ବିଷୟରେ କହିଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ଟ୍ରସ ଦୁଇ ଦିନ ପାଇଁ ଭାରତ ଆସିଥିଲେ। ଏହି ସମୟରେ ସେ ଜୟଶଙ୍କରଙ୍କୁ ଭେଟି କହିଥିଲେ ଯେ, ଭାରତ ସହ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Share