ଆଜିକାଲି ଚାଲିଛି ବିବାହ ଋତୁ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଘୁରିବୁଲୁଛି। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରୁଛି। ଠିକ୍ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ ବର ବଧୂଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଇବା ପରେ ତାର ଭଉଣୀମାନଙ୍କୁ ମଧ୍ୟ ସିନ୍ଦୁର ପିନ୍ଧାଉଥିବା ଦେଖାଯାଉଛି।
ଭିଡିଓ ଆରମ୍ଭରୁ ବର ମଣ୍ଡପରେ ପହଞ୍ଚିଥିବା ନଜର ଆସୁଛି। ସାଙ୍ଗରେ ବଧୂ ମଧ୍ୟ ଅଛନ୍ତି। ମନ୍ତ୍ରୋଚାରଣ ପରେ ସେ ବଧୂଙ୍କ ମଥାରେ ସିନ୍ଦୂର ଭରୁଛନ୍ତି। ପରେ ସେ ନିଜ ସ୍ଥାନରୁ ଉଠିଯାଇ ଚେୟାରରେ ବସିଥିବା ଯୁବତୀମାନଙ୍କ ମଥାରେ ସିନ୍ଦୂର ଲଗାଇ ଦେଉଛନ୍ତି। ସେହି ସମୟରେ ଯୁବତୀମାନଙ୍କ ସହ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ ସେଭଳି କରିବାକୁ କହୁଛନ୍ତି। ଏପରିକି ବର ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ମଥାରେ ସିନ୍ଦୂର ଭରି ଦେଉଛନ୍ତି।
ଅପରପକ୍ଷେ ଶାଳିମାନଙ୍କ ମଥାରେ ସିନ୍ଦୂର ଭରିବାର ଦୃଶ୍ୟ ଦେଖି ବଧୂଜଣଙ୍କ ରାଗରେ ଲାଲ ହୋଇଯାଉଛନ୍ତି। ସେ ତାଙ୍କୁ ଏକାଲୟରେ ଚାହିଁ ରହୁଛନ୍ତି। ହେଲେ ବର ତାଙ୍କୁ ଦେଖି ହସି ଦେଉଛନ୍ତି। ଭିଡିଓଟି ବେଶ ଭାଇରାଲ ହେଉଥିବା ବେଳେ ଏହା କେବଳ ମନୋରଞ୍ଜନ ପାଇଁ କରାଯାଇଥାଇପାରେ ବୋଲି ଅନେକେ ମତ ରଖୁଛନ୍ତି।
ଦେଖନ୍ତୁ ଭିଡିଓ: