ବ୍ରିକ୍ସ ପ୍ଲସ୍‌ ନୌସମରାଭ୍ୟାସ ଆରମ୍ଭ

କେପ୍‌ ଟାଉନ୍‌,୧୧ା୧: ଦକ୍ଷିଣ ଆଫ୍ରିକା ସମୁଦ୍ରରେ ଚାଇନା, ରୁଷିଆ ଏବଂ ଇରାନ ଶନିବାରଠାରୁ ସପ୍ତାହବ୍ୟାପୀ ମିଳିତ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଜାହାଜ ଚଳାଚଳ ଏବଂ ସାମୁଦ୍ରିକ ଆର୍ଥତ୍କ କାରବାରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ରିକ୍ସ ପ୍ଲସ୍‌ ସମରାଭ୍ୟାସ ନାମରେ ଏହି ଅଭିଯାନ କରାଯାଉଥିବା ଆୟୋଜନ ଦେଶ ପକ୍ଷରୁ କୁହାଯାଇଛି। ବ୍ରିକ୍ସ ପ୍ଲସ୍‌ ହେଉଛି ଭୂରାଜନୈତିକ ମେଣ୍ଟ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ସଂଗଠନର ପରିବର୍ଦ୍ଧନ ରୂପ। ଏଥିରେ ଅନ୍ୟ ୬ଟି ଦେଶ ସାମିଲ ହୋଇଛନ୍ତି। ସେମାନେ ହେଲେ ଇଜିପ୍ଟ, ଇଣ୍ଡୋନେସିଆ, ସାଉଦି ଆରବ, ଇଥିଓପିଆ ଏବଂ ୟୁନାଇଟେଡ୍‌ ଆରବ ଏମିରେଟ୍ସ। ଦକ୍ଷିଣ ଆଫ୍ରିକା ନିୟମିତ ଭାବେ ଚାଇନା ଓ ରୁଷିଆ ସହ ନୌସମରାଭ୍ୟାସ କରିଥାଏ। ସମ୍ପ୍ରତି ଚାଇନା, ଇରାନ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ସମେତ ବ୍ରିକ୍ସ ପ୍ଲସ୍‌ର ଅଧିକାଂଶ ଦେଶ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନର ଉତ୍ତେଜନା ଲାଗି ରହିଥିବାବେଳେ ବ୍ରିକ୍ସ ପ୍ଲସ୍‌ ନୌସମରାଭ୍ୟାସ ଆରମ୍ଭ ହୋଇଛି। ଚାଇନା ସେନା ଅଧିକାରୀମାନେ ଏଥିରେ ନେତୃତ୍ୱ ନେଇଥିବାବେଳେ ବ୍ରାଜିଲ, ଇଜିପ୍ଟ ଏବଂ ଇଥିଓପିଆ ପର୍ଯ୍ୟବେକ୍ଷକ ଭାବେ ସାମିଲ ହୋଇଛନ୍ତି।

 

Dharitri – The Largest & Most Trusted Odia Daily

Share