Categories: Home Leftଖେଳ

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି।

ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ କ୍ରୀଡ଼ାବିତ୍‌ ମନୋଭାବରେ ଭରି ରହିଥିବା ଉଲ୍ଲେଖନୀୟ ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ୪୯ ବର୍ଷୀୟ ଲି’ ୧୯୯୯ରୁ ୨୦୧୨ ପର୍ଯ୍ୟନ୍ତ ଅନ୍ତର୍ଜାତୀୟସ୍ତରରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିଥିଲେ।

ସେ ୭୬ ଟେଷ୍ଟ, ୨୨୧ ଦିନିିକିଆ ଓ ୨୫ ଟି୨୦ ମ୍ୟାଚ୍‌ ଖେଳି ମୋଟ୍‌ ଉପରେ ୭୧୮ ଉଇକେଟ ନେଇଥିଲେ। ଅଷ୍ଟ୍ରେଲିଆ ସ୍ୱର୍ଣ୍ଣିମ ଯୁଗର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଲଗାତର ୧୯୯୯, ୨୦୦୩ ଓ ୨୦୦୭ ବିଶ୍ୱକପ୍‌ ଜିତିଥିଲା। ଅନ୍ତର୍ଜାତୀୟ କ୍ରିକେଟ ବ୍ୟତୀତ ସେ ଦୀର୍ଘ ବର୍ଷ ଧରି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମଧ୍ୟ ଖେଳିଥିଲେ। ପେସାଦାର କ୍ୟାରିୟରରୁ ଅବସର ନେବା ପରେ ସେ ଭାଷ୍ୟକାର ଭାବେ କ୍ରିକେଟ ସହ ଯୋଡ଼ିହୋଇ ରହିଛନ୍ତି।