ଦକ୍ଷିଣ ବ୍ରାଜିଲ, ୩।୧: ଶୁକ୍ରବାର ଦକ୍ଷିଣ ବ୍ରାଜିଲରେ ଏକ ଯାତ୍ରୀବାହୀ ବସ୍ ଏବଂ ବାଲି ବୋଝେଇ ଟ୍ରକ୍ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର ଏକ ଫେଡେରାଲ ହାଇୱେରେ ଏହି ଦୁର୍ଘଟଣା ଘଟିଛି।
ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଟି ସ୍ଥାନୀୟ ସମୟ ପ୍ରାୟ ୧୧.୩୦ ସମୟରେ ଘଟିଛି। ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରକ୍ର ଏକ ବଡ଼ ଅଂଶ ବସ୍ ଭିତରେ ପଶିଯାଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କୁ ବାହାର କରିବା ଅତ୍ୟନ୍ତ କଷ୍ଟକର ହୋଇଥିଲା। ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଲମ୍ବା ଟ୍ରାଫିକ ଜାମ ହୋଇଥିଲା।