Categories: Home Leftଖେଳ

ଭାରତ-ୱେଷ୍ଟଇଣ୍ଡିଜ ୧୦୦ ତମ ଟେଷ୍ଟରେ ରୋହିତଙ୍କୁ ଖାସ୍‌ ଉପହାର ଦେଲେ ଲାରା

ଡୋମିନିକା,୨୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ଟେଷ୍ଟ ମ୍ୟାଚ ସିରିଜର ଦ୍ୱିତୀୟ ମ୍ୟାଚ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି। କିନ୍ତୁ ଆପଣ ଜାଣନ୍ତି କି ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏହା ହେଉଛି ୧୦୦ ତମ ଟେଷ୍ଟ ମ୍ୟାଚ। ଏଥି ସହିତ, ଏହି ଅବସରରେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ଉପହାର କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ଫଟୋରେ ରୋହିତ ଶର୍ମା ଏବଂ ବ୍ରାଏନ ଲାରା ମୋମେଣ୍ଟୋଙ୍କ ସହ ନଜର ଆସିଛନ୍ତି।