ନିଜେ ମରି ୪ଜଣଙ୍କୁ ନୂଆ ଜୀବନ ଦେଲେ ଏହି ମହିଳା

ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ମହିଳା ମରୁ ମରୁ ଚାରି ଜଣଙ୍କୁ ଜୀବନ ଉପହାର ଦେଇଛନ୍ତି। ଗତ ସପ୍ତାହରେ ବ୍ରେନ ହାମ୍‌ରେଜ୍‌ ପରେ ୪୧ ବର୍ଷ ବୟସ୍କା ରାଫତ ପରବିନ୍‌ଙ୍କୁ ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା କ୍ରମାଗତ ଭାବରେ ଖରାପ ହେବାକୁ ଲାଗିଲା। ଡାକ୍ତରଙ୍କ ପୁରା ଟିମ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ମହିଳାଙ୍କୁ ବଞ୍ଚାଇ ପାରି ନ ଥିଲେ ଏବଂ ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଗଲା।
ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ମହିଳାଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା। ଏହା ପରେ ମୃତ ମହିଳା ପରବିନ୍‌ଙ୍କ ପରିବାରର ସହମତି ପରେ ତାଙ୍କର ଅଙ୍ଗଦାନ କରାଯାଇଥିଲା। ବିଶେଷକରି ହାର୍ଟ, କିଡନୀ, ଏବଂ ଯକୃତ ଚାରି ଜଣ ରୋଗୀଙ୍କୁ ସେ ନୂଆ ଜୀବନ ଦେଇଛନ୍ତି। ମ୍ୟାକ୍ସ ହସ୍ପିଟାଲର କାର୍ଯ୍ୟନିର୍ବାହୀ ମୁଖ୍ୟ ଡକ୍ଟର ଗୌରବ ଅଗ୍ରୱାଲ କହିଛନ୍ତି, ତାଙ୍କ ପରିବାରର ସମ୍ମତି ପାଇବା ପରେ ସେ ତୁରନ୍ତ ନ୍ୟାଶନାଲ ଅର୍ଗାନ ଏବଂ ଟିସୁ ଟ୍ରାନ୍ସପ୍ଲାଣ୍ଟ ସଂଗଠନକୁ ସୂଚନା ଦେଇଥିଲେ, ପରେ ଆବଶ୍ୟକ ରୋଗୀଙ୍କୁ ଅଙ୍ଗ ବଣ୍ଟନ କରାଯାଇଥିଲା।

ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲରେ ରୋଗୀଙ୍କଠାରେ ଟ୍ରାନ୍ସପ୍ଲାଣ୍ଟ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦୁଇ ଜଣ ଅଭାବୀ ରୋଗୀଙ୍କ ମଧ୍ୟରେ ଜଣଙ୍କୁ କିଡନୀ ଦିଆଯାଇଥିଲା ଏବଂ ଅନ୍ୟଟି ରୋଗୀର ଶରୀରରେ ଯକୃତ ପ୍ରତିରୋପଣ କରାଯାଇଥିଲା। ଅନ୍ୟ ଦୁଇ ଅଙ୍ଗକୁ ଅନ୍ୟ ହସ୍ପିଟାଲ ପଠାଯାଇ ରୋଗୀଙ୍କଠାରେ ପ୍ରତି ରୋପଣ କରାଯାଇଛି।