ଓ୍ବାଶିଂଟନ୍, ୨ା୯: ରୁଷିଆରୁ ତୈଳ କିଣୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ସାମଗ୍ରୀ ଉପରେ ୫୦% ଟାରିଫ୍ ଲଗାଇଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ହ୍ବାଇଟହାଉସ୍ର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରୁଷିଆ ସହ ତୈଳ ବାଣିଜ୍ୟରୁ ଭାରତୀୟମାନେ ଲାଭବାନ ହେବା ବଦଳରେ ସେଠାକାର ବ୍ରାହ୍ଣଣମାନେ ଏହାର ସର୍ବାଧିକ ଲାଭ ପାଉଛନ୍ତି। ଫକ୍ସ ନ୍ୟୁଜକୁ ଏକ ସାକ୍ଷାତ୍କାର ଦେଇ ସେ କହିଛନ୍ତି, ପୂର୍ବରୁ ଭାରତ ରୁଷିଆଠାରୁ ଅଧିକ ତୈଳ କିଣୁ ନ ଥିଲା। ତେବେ ୟୁକ୍ରେନ୍ ସହ ରୁଷିଆର ଯୁଦ୍ଧ ପରଠାରୁ ଭାରତ ରୁଷିଆଠାରୁ ଅତ୍ୟଧିକ ତୈଳ କିଣି ଯୁଦ୍ଧକୁ ପରୋକ୍ଷରେ ସମର୍ଥନ କରିଛି। ଭାରତୀୟ ଲୋକଙ୍କ ମୂଲ୍ୟରେ ଦେଶର ବ୍ରାହ୍ଣଣମାନେ ଏହାର ଫାଇଦା ଉଠାଉଛନ୍ତି, ଯାହା ବନ୍ଦ ହେବା ଆବଶ୍ୟକ।