Categories: HomeHome Left

ଉଛୁଳୁଛି ବ୍ରାହ୍ମଣୀ: ରାସ୍ତାରେ ୫ ଫୁଟର ପାଣି, ଭୂସ୍ଖଳନ ହେବାରୁ…

ବଣାଇଁ,୨୭ା୭(ପ୍ରଦୀପ ତ୍ରିପାଠୀ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ବଣାଇଁ ଉପଖଣ୍ଡ ଅଞ୍ଚଳ। ପ୍ରବଳ ବର୍ଷାର ପ୍ରଭାବରେ ବ୍ରାହ୍ମଣୀ ଫୁଲିବା କାରଣରୁ ଗୋଟେ ପଟେ ଲହୁଣିପଡ଼ା-ବାରକୋଟ ୧୦ ନମ୍ବର (କ) ରାଜ୍ୟ ରାଜପଥର ସିହିଡିଆଠାରୁ ମସିନ୍ତା ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ଉପରେ ଚାରି ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛ। ସେହିଭଳି ଜାଙ୍ଗଳା-ସିମାଜୋର ରାସ୍ତା ଉପରେ ୫ ଫୁଟ ପାଣି ଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନୁରୂପ ଭାବେ ୫୨୦ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡାରୁ କୋଇଡ଼ା ରାସ୍ତାର ତୋଡ଼ା, ଚୁନାଘାଟି ନିକଟରେ ପ୍ରବଳ ଭୂସ୍ଖଳନ ହେଉଛି। ବର୍ଷା ଜଳର ସ୍ରୋତରେ ରାସ୍ତା ଉପରକୁ ବଡ଼ ବଡ଼ ପଥର ସାଙ୍ଗକୁ ପାହାଡ଼ର ମାଟି ଚାଲି ଆସିଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ବର୍ଷାଜଳର ସ୍ରୋତ ଏତେ ତୀବ୍ର ରହିଛି ଯେ, ପାହାଡ଼ରୁ ପଥର ଭସାଇ ଆଣି ରାସ୍ତା ଉପର ପଡୁଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାରୁ ମାଟି ପଥରଗୁଡ଼ିକ ରାସ୍ତାକଡ଼ରେ ରଖି ଚଳାଚଳ ସ୍ବାଭାବିକ କରିବା ପାଇଁ ଜେସିବି ଓ ହାଇଓ୍ବା ରହିଛି ମାତ୍ର ବର୍ଷା ଯୋଗୁ ଏବେବି ଭୂସ୍ଖଳନ ଜାରି ରହିଥିବା ବେଳେ ମାଟି ହଟାଇବା ସମ୍ଭବପର ହେଉନାହ। ଏମିତିକି ଗାର୍ଡଓ୍ବାଲ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ବଡ଼ବଡ଼ ଗଛ ଉପୁଡି ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ତତ୍ପରତାରେ ଘୋର ବ୍ୟତିକ୍ରମ ଦେଖାଦେବା ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।