Categories: Home Leftଖେଳ

ପ୍ରାକ୍ତନ ଅଷ୍ଟ୍ରେଲିଆନ ଖେଳାଳିଙ୍କ ୨୦୨୧ ଶ୍ରେଷ୍ଠ ଆଇପିଏଲ୍‌ ଦଳରେ ନାହାନ୍ତି କୋହଲି, ରୋହିତ

ନୂଆଦିଲ୍ଲୀ,୧୩।୫: ପୂର୍ବତନ ଅଷ୍ଟ୍ରେଲିଆନ କ୍ରିକେଟର ବ୍ରାଡ ହଗ ନିଜ ୟୁୁଟ୍ୟୁବ ଚ୍ୟାନେଲରେ ଗୁରୁବାର ଚଳିତ ବର୍ଷର ଶ୍ରେଷ୍ଠ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି। ସବୁଠୁ ବଡ଼ କଥା ହେଲା ହଗ୍‌ଙ୍କ ଏହି ଦଳରେ ସ୍ଥାନ ପାଇ ନାହାନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା କିମ୍ବା ଆରସିବି କ୍ୟାପଟେନ ବିରାଟ କୋହଲି।

ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଦେଇଛନ୍ତି ନେତୃତ୍ୱ ଦାୟିତ୍ୱ। ଓପନିଂ ଲାଗି ବାଛିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାଓ୍ବନ ଓ ପୃଥ୍ବୀ ଶ’ଙ୍କ ଯୋଡ଼ିକୁ। ସଞ୍ଜୁ ସାମସନ (ରାଜସ୍ଥାନର ରୟାଲ୍ସ), ଏବି ଡି’ଭିଲର୍ସ (ଆରସିବି), ରବୀନ୍ଦ୍ର ଜାଡେଜା ଓ ସାମ କୁରାନ (ସିଏସ୍‌କେ), ରଶିଦ ଖାଁ (ସନରାଇଜର୍ସ ହାଇଦ୍ରାବାଦ), ରାହୁଲ ଚହଲ ଓ ଯଶପ୍ରୀତ ବୁମରା (ମୁମ୍ବାଇ ଇଣ୍ଡିଆନ୍ସ) ଓ ଅଭେଶ ଖାଁ (ଡିସି) ପାଇଛନ୍ତି ହଗ୍‌ଙ୍କ ଦଳରେ ସ୍ଥାନ।