ଗାଁର ଜୀବନ କେତେ ର୍ନିଭୟ ଓ ମୁକ୍ତ, ତାହାର ଏକ ଜୀବନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ଗାଁର କିଛି ଯୁବକ ନିର୍ଭୟରେ ହାଇ ଭୋଲଟେଜ ବିଦ୍ୟୁତ ତାରରେ ଝୁଲୁଥିବା ଏବଂ ସେଠାରୁ ପାଣିକୁ ଡେଇଁ ମଜା କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଏହି ଗାଁକୁ “ଯମରାଜଙ୍କ ଗାଁ” ବୋଲି କହୁଥିବା ଦେଖାଯାଉଛି।
ଭିଡିଓରେ ଦେଖାଯାଉଛି ଯେ ଗାଁର କିଛି ଯୁବକ ୧୧,୦୦୦ ଭୋଲ୍ଟର ହାଇଟେନସନ୍ ତାରରେ ଝୁଲୁଛନ୍ତି। ଏତିକି ନୁହେଁ ଯୁବକମାନେ ସେଠାରୁ ତଳକୁ ପାଣିରେ ଡେଇଁ ମଜା କରୁଛନ୍ତି। ଏହି ଦୃଶ୍ୟ ଏତେ ବିପଦଜ୍ଜନକ ଯେ ଦେଖୁଥିବା ଲୋକଙ୍କ ଭୟଭୀତ ହେଉଛନ୍ତି। କାରଣ ଏପରି ଷ୍ଟଣ୍ଟ କରିବା ବିପଦକୁ ଡାକି ଆଣିବା ସହ ସମାନ।
ଭିଡିଓ ଦେଖିବା ପରେ ସ୍ପଷ୍ଟ ହେଲା ଯେ ଯୁବକମାନେ ଯେଉଁ ହାଇଟେନସନ ତାରରେ ଝୁଲୁଛନ୍ତି, ତାହା କୌଣସି ଟ୍ରାନ୍ସଫର୍ମର ସହ ସଂଯୁକ୍ତ ନାହିଁ ଏବଂ ସେଥିରେ କରେଣ୍ଟ ପ୍ରବାହିତ ହେଉନାହିଁ। ଫଳରେ ଯୁବକମାନଙ୍କୁ କରେଣ୍ଟ ଲାଗିବାର କୌଣସି ବିପଦ ନାହିଁ।
ଏହି ଭାଇରାଲ ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @rockstar_sinhaji ନାମକ ଜଣେ ଉପଭୋକ୍ତା ଅପଲୋଡ କରିଛନ୍ତି। ଏହାକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଛନ୍ତି ଏବଂ ହଜାର ହଜାର ଲୋକ ଏହାକୁ ଲାଇକ କରିଛନ୍ତି। ଭିଡିଓ ଉପରେ ଅନେକ ମନ୍ତବ୍ୟ ମଧ୍ୟ ଆସିଛି। କେହି ଏହାକୁ “ମୃତ୍ୟୁର ଖେଳ” ବୋଲି ଅଭିହିତ କରିଥିବା ବେଳେ, କେହି ମଜାରେ କହିଛନ୍ତି, “ଲାଗୁଛି ଏହି ଜାଗା ହିଁ ଯମରାଜଙ୍କ ଗାଁ!” ଅନ୍ୟ କେତେକ ଉପଭୋକ୍ତା ଏହାକୁ ମୂର୍ଖତା ବୋଲି କହିଛନ୍ତି। ଏହି ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ନାନାଦି ପ୍ରତିକ୍ରିୟା ଦେଖାଯାଉଛି। ଜଣେ ଉପଭୋକ୍ତା ମନ୍ତବ୍ୟ କରି ଲେଖିଛନ୍ତି, “ଏ କ’ଣ ପାଗଳାମି? ଜୀବନ କ’ଣ ଏତେ ଶସ୍ତା?” ଅନ୍ୟ ଜଣେ ଲେଖିଛନ୍ତି, “ଏପରି ଷ୍ଟଣ୍ଟ କରନ୍ତୁ ନାହିଁ, ଏହା ଜୀବନ ପାଇଁ ବିପଦଜନକ ହୋଇପାରେ।”