Categories: Home Leftଖେଳ

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୂତ୍ରରୁ ଜଣାପଡ଼ିଛି। ଏଥିଯୋଗୁ ବିଶ୍ୱକପ୍‌ କିମ୍ବା ଫେବୃଆରୀ ୧୫ ତାରିଖରେ ହେବାକୁ ଥିବା ଭାରତ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚ୍‌କୁ ପାକିସ୍ତାନ ଦଳର ବୟକଟ କରିବାର ସମ୍ଭାବନା ପ୍ରାୟତଃ ଶେଷ ହୋଇଛି।

ପକ୍ଷରୁ ପାକିସ୍ତାନ ଦଳର ଟ୍ରାଭେଲ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ଦଳ ୨ ତାରିଖ ସକାଳୁ କଲମ୍ବୋ ଅଭିମୁଖେ ଯାତ୍ରା କରିବ। ଏଣୁ ପାକିସ୍ତାନ ଟି୨୦ ବିଶ୍ୱକପ୍‌ ଓ ଭାରତ ବିପକ୍ଷ ମ୍ୟାଚ୍‌କୁ ବୟକଟ କରିବ ନାହିଁ ବୋଲି ସୂତ୍ରରୁ କୁହାଯାଇଛି। ତେବେ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଅଂଶଗ୍ରହଣ କରିବ କି ନାହିଁ, ତାହା ପିସିବି ଶୁକ୍ରବାର ଆଇସିସିକୁ ଜଣାଇବ।

 

Dharitri – Odisha’s No.1 Odia Daily