ଆସିକା ୨୯ା୧୧ (ସୁରେନ୍ଦ୍ର ନାଥ ସାହୁ): ଆସିକା ଏନ୍ଏସିର ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ସଂଲଗ୍ନ ଋଷିକୂଲ୍ୟ ନଦୀ ଗଣ୍ଡରେ ଶନିବାର ବାପାଙ୍କ ଶ୍ରାଦ୍ଧ କାର୍ଯ୍ୟ ସାରି ପିଣ୍ଡ ବିସର୍ଜନ ବେଳେ ବୁଡ଼ି ଯାଇ ପୁଅଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁନାମ୍ବ ରଥଦାଣ୍ଡ ସାହିର ଏ. ପ୍ରକାଶ ଆଚାରୀ (୬୫)।
ଦୀର୍ଘ ସମୟ ଧରି ଏ. ପ୍ରକାଶ ଆଚାରୀ ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ତାଙ୍କୁ ଖୋଜାଯାଇଥିଲା। ଏହି ସମ୍ପର୍କରେ ଅଗ୍ନିଶମ ବାହିନୀ ଖବର ପାଇ ନଦୀ ଗଣ୍ଡରୁ ମୁମୂର୍ଷ ଅବସ୍ଥାରେ ପ୍ରକାଶଙ୍କୁ ଉଦ୍ଧାର କରି ଆସିକା ସରକାରୀ ଡାକ୍ତରଖାନାରେ ଭର୍ଭି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ଖବର ପାଇ ଆସିକା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଦେହକୁ ଜବତ କରିଛି ା ଘଟଣା ସମ୍ପର୍କରେ ମୃତକଙ୍କ ପତ୍ନୀ ଆସିକା ଥାନାରେ ଅଭିଯୋଗ କରିଛନ୍ତି ା