ବର୍ତ୍ତମାନ ସମୟରେ ଯୋଗାଯୋଗ କରିବାର ବଡ଼ ମାଧ୍ୟମ ପାଲଟିଛି ଟେଲିଫୋନ। ଏଣୁ ପ୍ରେମିକ ପ୍ରେମିକାମାନେ ସହଜରେ ପରସ୍ପର ସହ କଥା ହୋଇ ପାରୁଛନ୍ତି। ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ପ୍ରେମିକାଙ୍କ ଉପରେ ରାଗି ଅଜବ କାଣ୍ଡ ଘଟାଇଥିବା ଦେଖାଯାଉଛି। ସେ ବିଜୁଳି ଖୁଣ୍ଟରେ ଚଢ଼ି ବିଜୁଳି ତାର କାଟୁଥିବା ଦେଖାଯାଉଛି। ଏହି ଭିଡିଓ ପଛରେ ଥିବା କାରଣ ଆଶ୍ଚର୍ଯ୍ୟଜନକ। ଖବର ଅନୁସାରେ, ଯୁବକଜଣକ ତାଙ୍କ ପ୍ରେମିକା ଫୋନ୍ରେ ଅନ୍ୟ କାହା ସହ ବ୍ୟସ୍ତ ଥିବାରୁ ରାଗିଯାଇ ସମଗ୍ର ଗାଁର ବିଜୁଳି କାଟି ଦେଇଥିଲେ।
ଭିଡିଓରେ ଯୁବକଜଣକ ଏକ ବଡ଼ ପ୍ଲାସ ଧରି ନିର୍ଭୟରେ ବିଜୁଳି ଖୁଣ୍ଟରେ ଚଢୁଥିବାର ଦେଖାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଘଟଣା ଯୋଗୁ ଗାଁର ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାର ଭିଡିଓ ଭାଇରାଲ ପରେ ଲୋକମାନେ ଏହା ଉପରେ ନାନାଦି ପ୍ରତିକ୍ରିୟା ଦେଉଛନ୍ତି।
କେହି କେହି ଏହି ଘଟଣାକୁ ଫିଲ୍ମର କାହାଣୀ ବୋଲି କହୁଥିବା ବେଳେ ଆଉ କେହି ଏହାକୁ ଅତ୍ୟନ୍ତ ବିପଜ୍ଜନକ ଏବଂ ଦାୟିତ୍ୱହୀନ କାର୍ଯ୍ୟ ବୋଲି ମନେ କରୁଛନ୍ତି। ଜଣେ ସୋସିଆଲ ମିଡିଆ ଉପଭୋକ୍ତା ମନ୍ତବ୍ୟ କରିଛନ୍ତି, “ଆଶିକ ନିଜ ନସ କାଟନ୍ତି, ଏହା ତ ଗାଁର ନସ କାଟି ଦେଲା।” ଜଣାଯାଇଛି ଯେ ଏହି ଭିଡିଓ ଏକ୍ସ ପ୍ଲାଟଫର୍ମରେ @gharkekalesh ନାମକ ହ୍ୟାଣ୍ଡେଲରୁ ମଧ୍ୟ ଶେୟାର ହୋଇଛି।