ପାତ୍ରପୁର/ଦିଗପହଣ୍ଡି,୧୬।୯(ଉମା ଚରଣ ନେପାକ/ ଅଶେଷ ନାଥ ମିଶ୍ର): ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ପରେ ଉତ୍ତେଜନା ଦେଖା ଦେଇଛ। ଡାକ୍ତର ଓ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଅଣଦେଖା ପାଇଁ ମୋ ନାତିର ମୃତ୍ୟୁ ହେଲା ବୋଲି ଅଜା ପଦନା ପ୍ରଧାନ ଅଭିଯୋଗ କରିବା ସହ ସ୍ବାାସ୍ଥ୍ୟ କେନ୍ଦ୍ରର ଆସବାବପତ୍ର ଭଙ୍ଗାରୁଜା ସହ ଜରଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତ।
ମିଳିଥିବା ସୂଚନା ଅନୁଯାୟୀ, ଜାନକୀ ମଣିପୁର ଶାସନ ଗ୍ରାମର ବର୍ଷାରାଣୀ ପ୍ରଧାନଙ୍କ ଗର୍ଭବେଦନା ଆସିବା ପରେ ବାପା ପଦନା ପ୍ରଧାନ ଓ ଆନ୍ଦ୍ରପ୍ରଦେଶ କାଞ୍ଚୁଲି ଥାନା ମଣ୍ଡୁଳା ଗ୍ରାମରେ ଥିବା ବର୍ଷାଙ୍କ ସ୍ବାମୀ କାଳିଆ ପ୍ରଧାନ ସୋମବାର ସନ୍ଧ୍ୟାରେ ପାତ୍ରପୁର ସ୍ବାାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ରାତିରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ଉଭୟ ମା’ ଓ ଶିଶୁ ଭଲ ଥିବା ବେଳେ ରାତି ୧୨ ଟା ପରେ ଶିଶୁ କାନ୍ଦିବାକୁ ଲାଗିଥିଲା। ଏନେଇ ପରିବାର ପକ୍ଷରୁ ଦାୟିତ୍ୱରେ ଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଡାକିଥିଲେ ମଧ୍ୟ ଶିଶୁକୁ ଦେଖିବାକୁ କେହି ଆସି ନ ଥିଲେ କିମ୍ବା ଶିଶୁକୁ ଅନ୍ୟ କୌଣସି ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ମଧ୍ୟ କରି ନ ଥିଲେ ଯାହା ଫଳରେ ଶିଶୁଟିର ମଙ୍ଗଳବାର ସକାଳୁ ମୃତ୍ୟୁ ହୋଇଥିଲା l ଶିଶୁର ମୃତ୍ୟୁ ପରେ ଡାକ୍ତରଙ୍କ ଅବହେଳା ଯୋଗୁ ମୋ ନାତିର ମତ୍ୟୁ ହେଲା ବୋଲି କହି ପରିବାର ପକ୍ଷରୁ ଉତ୍ତେଜନା ଦେଖା ଦେଇଥିଲା ।