ପାଟଣାଗଡ଼ ୧।୧୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ତେଣ୍ଡାପଦର ପଞ୍ଚାୟତ ରତାଖଖ୍ତି ଗ୍ରାମର କିଛି ଦୂରରେ ଥିବା ଏକ ଗୋଚର ଜଙ୍ଗଲ ଭିତରେ ହାଡ କଙ୍କାଳ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି । ଏହି କଙ୍କାଳଟିକୁ ସ୍ଥାନୀୟ ଲୋକେ ଦେଖି ଏହା ମଣିଷର ନା ଆଉ କାହାର ବୋଲି କହୁଥିବା ବେଲେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
\