Categories: Home Leftଖେଳ

ଆରସିବି ଜର୍ସି ପିନ୍ଧିଲେ ଉସେନ ବୋଲ୍ଟ

ନୂଆଦିଲ୍ଲୀ, ୭ା୪ : ବିରାଟ କୋହଲି ଓ ପୂରା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଦଳ ପ୍ରତି ସମର୍ଥନ ଜଣାଇଛନ୍ତି ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟ। ପୂର୍ବତନ ଧାବକ ଆରସିବିର ଜର୍ସି ପିନ୍ଧିଥିବା ଏକ ଫଟୋ ଟୁଇଟରରେ ଶେୟାର କରିଛନ୍ତି। ଚ୍ୟାଲେଞ୍ଜର୍ସ ତୁମକୁ ଜଣାଇ ଦେଉଛି, ମୁଁ ଏବେ ମଧ୍ୟ ବିଶ୍ୱର ଦ୍ରୁତତମ ଧାବକ ବୋଲି ଲେଖିଛନ୍ତି କ୍ୟାପଶନରେ। ଏହାର ଜବାବରେ ଦେଇଛନ୍ତି ଏବି ଡି ଭିଲିୟର୍ସ। ସେ ଲେଖିଛନ୍ତି, ଆମେ ଜାଣିଛୁ ଅଧିକ ରନ୍‌ ଦରକାର ପଡ଼ିଲେ କାହାକୁ ଡାକିବୁ। ଗତ ସପ୍ତାହରେ କୋହଲିଙ୍କୁ ଏକ ରେସ୍‌ ପାଇଁ ଚ୍ୟାଲେଞ୍ଜ ଦେଇଥିଲେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ଡି ଭିଲିୟର୍ସ।

ଉଲ୍ଲେଖଯୋଗ୍ୟ, ବୋଲ୍ଟ ଓ କୋହଲି କ୍ରୀଡ଼ାଭିତ୍ତିକ ପୋଷାକ ପ୍ରସ୍ତୁତ କାରୀ ଅନ୍ୟତମ ବ୍ରାଣ୍ଡ ପୁମା ସହ ଜଡ଼ିତ ଅଛନ୍ତି। ଆଉ ଏହି ସ୍ପୋଟର୍‌ସଓ୍ବିଅର ବ୍ରାଣ୍ଡ ଏବେ ଆରସିବିର ଅଫିସିଆଲ କିଟ୍‌ ପାଟର୍ନର।