ବଲିଉଡ୍ର ସୁପରହିଟ୍ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିବା ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କର ପରଲୋକ ଘଟିଛି। ସେ ଫୁସ୍ଫୁସ କ୍ୟାନସରରେ ଆକ୍ରାନ୍ତ ଥିଲେ। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ସେ ଏନ୍ଏସ୍ଡିର ୨୦୦୧ ବ୍ୟାଚର ଛାତ୍ର ଥିଲେ।
ଭୂପେଶଙ୍କ ବିୟୋଗରେ ବଲିଉଡ୍ କଳାକାର ମନୋଜ ବାଜପେୟୀ ଏବଂ ଗଜରାଜ ରାଓ ପ୍ରମୁଖ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ନିକଟରେ ଏହି ୨ ଅଭିନେତା ଭୂପେଶଙ୍କ ଚିକିତ୍ସା ପାଇଁ ଫଣ୍ଡ ଯୋଗାଡ କରୁଥିଲେ। ଭୂପେଶ କ୍ୟାନସରର ଷ୍ଟେଜ୍ ଫୋର୍ରେ ଥିଲେ। ସେ ଅନେକ ଓ୍ବେବ୍ ସିରିଜ୍ରେ ମଧ୍ୟ କାମ କରିଥିଲେ।