ଏହି ଅଭିନେତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ତବ୍‌ବୁ

ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ତବ୍‌ବୁଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୫ ହେଉଛି ଜନ୍ମଦିନ। ଆଜି ସେ ୫୦ ବର୍ଷରେ ପାଦ ଦେଇଛନ୍ତି। ଇତିମଧ୍ୟରେ ତବ୍‌ବୁ ଅନେକ ସଫଳ ସିନେମାରେ କାମ କରିସାରିଛନ୍ତି। ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଏହି ସୁନ୍ଦରୀ ଅଭିନେତ୍ରୀ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। ଏଥିପାଇଁ ସେ ଅଭିନେତା ଅଜୟ ଦେବ୍‌ଗନ୍‌ଙ୍କୁ ଦାୟୀ କରିଛନ୍ତି।
ଏକ୍‌ ସାକ୍ଷାତକାରେ ତବ୍‌ବୁ କହିଥିଲେ ଯେ, ଅଜୟ ହେଉଛନ୍ତି ତାଙ୍କର ଜଣେ ଭଲ ବନ୍ଧୁ। ଦୀର୍ଘ ୨୫ ବର୍ଷ ହେବ ସେ ପରସ୍ପରକୁ ଜାଣିଛନ୍ତି। ଅଜୟ ହେଉଛନ୍ତି ତାଙ୍କର ସମ୍ପର୍କୀୟ ସମୀର ଆର୍ଯ୍ୟଙ୍କ ପଡୋସୀ ତଥା ଘନିଷ୍ଠ ବନ୍ଧୁ ଥିଲେ। ତେଣୁ ସେମାନେ ଏକାଠି ବଡ଼ ହୋଇଛନ୍ତି। ତବ୍‌ବୁ ଯେତେବେଳେ ଛୋଟ ଥିଲେ, ଅଜୟ ଏବଂ ସମୀର ଉଭୟ ତାଙ୍କ ଉପରେ ନଜର ରଖୁଥିଲେ। ଯେତେବେଳେ ବି ସେ କୌଣସି ପୁଅ ସହ କଥା ହେବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସମୀର ଏବଂ ଅଜୟ ତାଙ୍କୁ ମାଡ ମାରିବାକୁ ଧମକ ଦେଉଥିଲେ। ତେଣୁ ଆଜି ପର୍ଯ୍ୟନ୍ତ ଯଦି ସେ ଅବିବାହିତ ଅଛନ୍ତି, ତେବେ ଏହାର କାରଣ ହେଉଛନ୍ତି ଅଜୟ ବୋଲି ତବ୍‌ବୁ କହିଛନ୍ତି।