ଅଭିନୟଜଗତକୁ ବାଏ ବାଏ କରିଦେବେ ରଶ୍ମିକା ମନ୍ଦାନା!

ମୁମ୍ବାଇ: ଆଉ ଅଭିନୟ କରିବାକୁ ଇଚ୍ଛା ନାହିଁ। ଅବସର ନେବାକୁ ପ୍ରସ୍ତୁତ। କିଛି ଏଭଳି କହି ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କୁ ପରଦାରେ ଦେଖିବାକୁ ବ୍ୟାକୁଳ ଥିବା ବେଳେ ସେ ଏଭଳି ବୟାନକୁ ନେଇ ଖବର ଶିରୋନାମା ପାଲଟିଛନ୍ତି।

‘ପୁଷ୍ପା ୨’ର ସଫଳତା ପରେ ରଶ୍ମିକା ଏବେ ‘ଛାଓ୍ବା’ ଯୋଗେ ବଡ଼ ପରଦାକୁ ଫେରୁଛନ୍ତି। ବୁଧବାର ଫିଲ୍ମର ଟ୍ରେଲର ଲଞ୍ଚ ହୋଇଛି। ଏହାକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ଏହାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ହସ ଥଟ୍ଟା କରୁଥିବା ବେଳେ ସେ ଏହି ଫିଲ୍ମ ପରେ ଅବସର ନେବାକୁ ପ୍ରସ୍ତୁତ ବୋଲି କହିଥିଲେ।

ଛାଓ୍ବା’ରେ ରଶ୍ମିକା ମହାରାଣୀ ଯେସୁବାଇ ଭୂମିକାରେ ନଜର ଆସିବେ। ଏହି ଚରିତ୍ର ଲାଗି ସେ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ସମ୍ମାନର ବିଷୟ। ଦକ୍ଷିଣ ଭାରତରୁ ଆସିଥିବା ଜଣେ ଝିଅ ପାଇଁ ମହାରାଣୀଙ୍କ ଚରିତ୍ରରେ ଅଭିନୟ କରିବା ସ୍ବତନ୍ତ୍ର ହୋଇ ରହିବ। ଏହା ମୋ’ ଜୀବନର ବଡ଼ ଆଶା ଯାହାକି ପୂରଣ ହୋଇଗଲା। ଏଣୁ ଲକ୍ଷ୍ମଣ ସାର୍‌ଙ୍କୁ କହିବାକୁ ଚାହିଁବି ଯେ ଏହା ପରେ ମୁଁ ଅବସର ନେଇ ଖୁସି ହେବି। ମୁଁ ସହଜରେ କାନ୍ଦିବା ଝିଅ ନୁହେଁ, ହେଲେ ଏହାର ଟ୍ରେଲର ମୋତେ କନ୍ଦାଇ ଦେଲା। ବିକ୍କି କୌଶଲ ଭଗବାନଙ୍କ ଭଳି ଲାଗୁଛନ୍ତି, ସେ ଛାଓ୍ବା ବୋଲି ରଶ୍ମିକା କହିଛନ୍ତି।

କହିବାକୁ ଚାହିଁବୁ ଫିଲ୍ମ ‘ଛାଓ୍ବା’ ଫେବୃଆରୀ ୧୪,୨୦୨୫ରେ ରିଲିଜ ହେବ।