The player Miguel Almiron L of Paraguay disputes the ball with Casemiro of Brazil today, during a South American qualifying match between Paraguay and Brazil for the Qatar 2022 World Cup at the Defensores del Chaco stadium in Asuncion, Paraguay 8 June 2021. Paraguay - Brazil ACHTUNG: NUR REDAKTIONELLE NUTZUNG PUBLICATIONxINxGERxSUIxAUTxONLY Copyright: xNATHALIAxAGUILARx AME4541 20210609-637588105384172179
ରିଓ ଡି ଜାନେଇରୋ,୧୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରି ପାରାଗୁଏ ୩-୧ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ସ୍କୋର କରି ପାରାଗୁଏ ଶେଷରେ ବାଜି ମାରିଛି। ବଲିଭିଆ ତରଫରୁ ମିଡ୍ଫିଲ୍ଡର ଏରଓ୍ବିନ ସାଭେଡ୍ରା ପେନାଲ୍ଟି ଜରିଆରେ ଦଶମ ମିନିଟ୍ରେ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ପାରାଗୁଏ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ୬୨ତମ ମିନିଟ୍ରେ ଆଲେଜାଣ୍ଡ୍ରୋ ରୋମେରୋ ଗୋଲ ଦେଇ ମ୍ୟାଚ୍ ସ୍ଥିତିକୁ ୧-୧ ସମାନସ୍ତରକୁ ଆଣିଥିଲେ। ଏହାପରେ ୬୫ ଓ ୮୦ତମ ମିନିଟ୍ରେ ଆଞ୍ଜେଲ ରେମାରିଓ ଦୁଇଟି ଗୋଲ ସ୍କୋର କରି ଦଳକୁ ଜିତାଇଥିଲେ। ଏହି ବିଜୟ ସହ ଗ୍ରୁପ୍ ଏ’ରେ ପାରାଗୁଏ ୩ ପଏଣ୍ଟ ପାଇ ଶୀର୍ଷରେ ରହିଛି। ସାରା ମ୍ୟାଚ୍ରେ ପାରାଗୁଏ ଚମତ୍କାର ପ୍ରଦର୍ଶନ କରିଥିଲା। କୋଭିଡ୍-୧୯ କାରଣରୁ ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସଙ୍କ ସମେତ ୫ଜଣ ଆଗଧାଡିର ଖେଳାଳି ବଲିଭିଆ ଦଳରେ ସାମିଲ ହୋଇ ନ ଥିଲେ। ଫଳରେ ଏହାର ପ୍ରଭାବ ପ୍ରଦର୍ଶନ ଉପରେ ପଡିଥିଲା। ୧୯୬୩ ପରେ ବଲିଭିଆ କୋପା ଆମେରିକାରେ ପାରାଗୁଏକୁ ହରାଇପାରି ନାହିଁ।