କାମସାରି ଫେରୁଥିବା ବେଳେ ଓଲଟିଲା ବୋଲେରୋ, ପରେ…

ଥୁଆମୂଳ ରାମପୁର, ୧ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦରରେ ରବିବାର ରାତିରେ ଏକ ବୋଲେରୋ ଓଲଟିବାରୁ ଏଥିରେ ଥିବା ୮ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ରାତି ପ୍ରାୟ ସାଢେ ୮ଟା ସମୟରେ ଓଡି୦୮କେ-୮୮୫୫ ନମ୍ବର ବିଶିଷ୍ଟ ବୋଲେରୋରେ ନକରୁଣ୍ଡି ଗ୍ରାମପଞ୍ଚାୟତ ମୋହନଗିରୀ ଗ୍ରାମର ୮ ଜଣ ଲୋକ ଏକ ସାମାଜିକ କାର୍ଯ୍ୟରେ ଡୁମରପଦର ଯାଇଥିଲେ। କାମସାରି ସେମାନେ ଫେରୁଥିବା ବେଳେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପାଖ ବୁଲାଣି ରାସ୍ତାରେ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଆହତ ଲୋକଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡ଼୍ରାଇଭର ଅଜିତ ନାଏକ (୩୫)ଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ କେତେଜଣ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛି।

Dharitri – Odisha’s No.1 Odia Daily