ଜୟପୁର,୨୩।୩(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜୟପୁର ଗଡିଆ ଧୋବା ସାହିର ଲାଲୁ ଖରା ଓ ପିତୁ ଜାନୀ । ବାଇକଟି ଜୟପୁର ଅଭିମୁଖେ ଆସୁଥିବାବେଳେ ବୋଲେରୋଟି ବୈପାରୀଗୁଡା ଅଭିମୁଖେ ଯାଉଥିଲା। ଘଟଣାସ୍ଥଳରେ ପହଞ୍ଚି ଜୟପୁର ସଦର ପୋଲିସର ତଦନ୍ତ ଆରମ୍ଭ। ଘଟଣାସ୍ଥଳରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟକୁ ଅଣାଯାଇଥିଲା l ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି l