ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକର ପଛପଟେ ଏକ ବାଇକ୍ ପିଟି ହେବାରୁ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି।
ଗୁରୁତର ଆହତ ବ୍ୟକ୍ତିଦ୍ୱୟ ହେଲେ ସତ୍ୟାନନ୍ଦ ପଣ୍ଡା (୨୬) ଓ ସଞ୍ଜୀବ ପଣ୍ଡା (୨୬)। ଉଭୟେ ଯାଜପୁର ଜିଲା ବାସୁଦେବପୁର ଆଲୋକ କୁଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି।
ସଦର ପୋଲିସ ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଥାନାଧିକାରୀ ରାଜକୁମାର ବିଶ୍ୱାଳଙ୍କ ସୂଚନା ଅନୁଯାୟୀ, ଟ୍ରକ୍ଟି ରାସ୍ତା କଡ଼ରେ ଠିଆ ହୋଇ ଚକ ବଦଳାଉଥିବା ସମୟରେ ଏହି ଅଘଟଣ ଘଟିଥିଲା।