କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ l କୂଅରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା କିଛି ଲୋକ ଦେଖିବା ପରେ ଗଞ୍ଜାମ ଥାନାକୁ ଖବର ଦେଇଥିଲେ l ଖବର ପାଇଁ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ l ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଶବ ଉଦ୍ଧାର କରିଥିଲେ l ଅନ୍ୟପଟେ ସାଇଣ୍ଟିଫିକ ଟିମ ମଧ୍ୟ କୁକୁର ଧରି ଘଟଣାସ୍ଥଳରେ ଞ୍ଚ ତଦନ୍ତ ଆରମ୍ଭ କରିଛି l ମୃତ ବ୍ୟକ୍ତି ବୁଟ ଜିନ୍ସ ପ୍ୟାଣ୍ଟ ଶର୍ଟ ପିନ୍ଧିଥିବା ବେଳେ ବ୍ରହ୍ମପୁର ଅଞ୍ଚଳର ବୋଲି ଆଲୋଚନା ହେଉଛି l କେହି ଦୁର୍ବୃତ୍ତ ତାଙ୍କୁ କେଉଁଠି ହତ୍ୟା କରି ଏଠାରେ (କୂଅରେ)ଫିଙ୍ଗି ଦେଇ ଚାଲି ଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି l

 

Dharitri – Odisha’s No.1 Odia Daily

 

Share