ଭାଜପା ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛପଟୁ ମିଳିଲା ମହିଳାଙ୍କ ମୃତଦେହ

ମୁମ୍ବାଇ,୩୧ା୧୨: ମହାରାଷ୍ଟ୍ରର ସତାରରେ ଥିବା ଭାଜପା ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛପଟୁ ଜଣେ ମହିଳାଙ୍କ ଅଧାପୋତା ହୋଇଥିବା ମୃତଦେହ ମିଳିଛି। ମହିଳାଙ୍କୁ କେହି ହତ୍ୟା କରି ବଙ୍ଗଳା ପଛପଟେ ପୋତି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତଦେହ ପଚି ଯାଇଥିବାରୁ ତାଙ୍କୁ ଚିହ୍ନଟ କରିବା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନା ମୁତାବକ, ସତାରର ୱାଡେ ଗ୍ରାମରେ ଜନୈକ ଭାଜପା ପୂର୍ବତନ ବିଧାୟକଙ୍କ ଏକ ବଙ୍ଗଳା ରହିଛି। ସେଠାରେ କେହି ରହୁ ନ ଥିବା ଜଣାପଡିଛି। ଏଭଳି ସ୍ଥିତିରେ ମହିଳାଙ୍କୁ କେହି ହତ୍ୟା ପରେ ଅଧା ପୋତି ଛାଡି ପଳାଇଥିବା ପୋଲିସ ଅନୁମାନ କରୁଛି। ଅଞ୍ଚଳରେ ସଫେଇ କାମ ଚାଳିଥିବା ବେଳେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।