ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର ଓ ଗଙ୍ଗାଧର ନଗର ମଝିରେ କେନାଲରୁ ପୋଲିସ ମୃତଦେହକୁ ଜବତ କରିଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ନ ଥିବାବେଳେ କିଭଳି ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି ଜଣାପଡିନାହିଁ। ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି।