ରେଳ ଟ୍ରାକ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୧୯।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ବସନ୍ତପୁର ଏବଂ ସୀତାବିଞ୍ଜ ରେଳ ଷ୍ଟେଶନ ମଧ୍ୟରେ ଟ୍ରେନ୍‌ ଟ୍ରାକ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ରାତିରେ ଟାଟା ବିଶାଖାପାଟଣା ସାପ୍ତାହିକ ଏକ୍ସପ୍ରେସରୁ ଖସି ପଡିଥିବା ସନ୍ଦେହ କରାଯାଉଛି । ଏନେଇ ଭଦ୍ରକ ଜିଆରପିଏସ ୟୁଡି କେସ ନଂ-୮୫, ୧୭/୧୧/୨୦୨୫ ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଶବ ଗୃହ ଘରେ ସଂରକ୍ଷିତ ରଖାଯାଇଛି ବୋଲି ରେଳବାଇ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ମୃତକଙ୍କ ବୟସ ୩୫ ହେବ। ଜ୍ୟାକେଟ ଓ ପ୍ୟାଣ୍ଟ ପିନ୍ଧିଥିଲେ। ତାଙ୍କର ମୁଣ୍ଡରେ ଗୁରୁତର ଆଘାତ ଲାଗି କ୍ଷତାକ୍ତ ଅବସ୍ଥାରେ ମିଳିଛନ୍ତି। ଏପରି ବ୍ୟକ୍ତିଙ୍କ ନିଖୋଜ ବିଷୟରେ କୌଣସି ସୂଚନା ମିଳେ ତେବେ ପୋଲିସକୁ ସୂଚିତ କରିବାକୁ ରେଳବାଇ ପୋଲିସ ନିବେଦନ କରିଛି।

Dharitri – The Largest & Most Trusted Odia Daily