ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ ମିଳିପାରି ନ ଥିଲା। ପରେ ତାଙ୍କ ପୁଅ ଓ ଅନ୍ୟାନ୍ୟ ଲୋକମାନେ ସେଠାରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ମୃତକ ଜଣଙ୍କ ରାଜଲଷ୍ମୀ ସାହୁ(୪୮)ଓ ତାଙ୍କ ଘର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତି ନଗର ବୋଲି ଜଣାପଡିଛି। ପରିବାର ଲୋକ ରାଜଲଷ୍ମୀ କେହି ଡାକି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଜିଆରପି ପୋଲିସ ମୃତଦେହ ଜବତ କରି ବୁଧବାର ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରିଛି। ପୋଲିସ ଏନେଇ ୯/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଛେଦ ରିପୋର୍ଟ ମିଳିବା ପରେ ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କେହି ଡାକି ହତ୍ୟା କରିଛନ୍ତି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ଘଟଣାରୁ ପ୍ରକାଶ ଯେ, ଉକ୍ତ ରାଜଳଷ୍ମୀ ଏମକେସିଜି ମେଡିକାଲରେ ଆଉଟସୋରସିଂ ଆଟେଣ୍ଡାଣ୍ଟ୍ ଭାବେ କାମ କରୁଥିଲେ। ମଙ୍ଗଳବାର ରାତିରେ ଡ୍ୟୁଟିରେ ଥିଲେ। ରାତିରେ ସେ କୌଣସି କାମରେ ସେଠାରୁ ବାହାରିଯାଇଥିଲେ। ବିଳମ୍ବିତ ରାତିରେ ତାଙ୍କ ମୃତଦେହ ରେଳଧାରଣା କଡ଼ରେ ପଡିଥିବା ବେଳେ ଅନ୍ୟ ଜଣେ ଜଣେ ଯୁବକ ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ଆହତ ହୋଇଥିବା ଯୁବକ ଜଣଙ୍କ ବାବୁଲା ଜେନା ବୋଲି ଜଣାପଡିଛି। ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ପୋଲିସ ଏବେ ବିଭିନ ଦିଗ ଉପରେ ଛାନ୍ଭିନ କରୁଛି। ଅନ୍ୟପଟେ ବାବୁଲା ସୁସ୍ଥ ହେବା ପରେ ଘଟଣାର ରହତ୍ସ୍ୟ ଖୋଲିବ ବୋଲି ପୋଲିସ କହିଛି।