ଉତ୍କର୍ଷ ଓଡ଼ିଶାରେ ବିଓବିର ସର୍ବବୃହତ୍‌ ଷ୍ଟଲ୍‌

ଭୁବନେଶ୍ୱର,୩୧।୧: ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ନିବେଶ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ଏହି ୪ ଦିନିଆ ନିବେଶ ମହାକୁମ୍ଭରେ ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଏକ ସର୍ବବୃହତ୍‌ ଷ୍ଟଲ୍‌ ସମ୍ମିଳନୀ ପରିସରରେ କରାଯାଇଥିଲା। ଏହା ଜରିଆରେ ବ୍ୟାଙ୍କର ବିଭିନ୍ନ ସେବା, ସୁବିଧା ଓ ଯୋଜନାଗୁଡିକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା। ସେହିଭଳି ଅତ୍ୟାଧୁନିକ ଏମ୍‌ଏସ୍‌ଏମ୍‌ଇ ଉପତ୍ାଦଗୁଡ଼ିକୁ ଏହି ଅବସରରେ ପ୍ରଦର୍ଶନ କରାଇ ବ୍ୟାଙ୍କ ଏମ୍‌ଏସ୍‌ଏମ୍‌ଇ ଓ କର୍ପୋରେଟ୍‌ ଗ୍ରାହକମାନଙ୍କର ବିଭିନ୍ନ ଆବଶ୍ୟକତା ପୂରଣକରିବା ବିଓବିର ମୂଳଲକ୍ଷ୍ୟ ଥିଲା। ଯାହା ଏମ୍‌ଏସ୍‌ଏମ୍‌ଇ ଏବଂ କରେଣ୍ଟ ଆକାଉଣ୍ଟ ସେଗ୍‌ମେଣ୍ଟ ଅଧୀନରେ ଏନ୍‌ଟିବି (ନ୍ୟୁ ଟୁ ବ୍ୟାଙ୍କ) ଲିଡ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ସୃଷ୍ଟି କରି ସଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ବିଓବିର ଏମ୍‌ଡି ତଥା ସିଇଓ ଦେବଦତ୍ତ ଚାନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲା ବେଳେ ବିଓବିର ଭୁବନେଶ୍ୱର ଅଞ୍ଚଳ ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ସ୍ବପ୍ନା ବନ୍ଦୋପାଧ୍ୟାୟ, ଉପ ମହାପ୍ରବନ୍ଧକ (ବ୍ୟବସାୟ ବିକାଶ) ଏସ୍‌.ପି.ନାୟକ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ ମୁଖ୍ୟ ଭିଏମ୍‌ଏନ୍‌ଏସ୍‌ ସାଇବାବୁ ପ୍ରମୁଖ ଉପସ୍ଥିତ ଥିଲେ।