ନଦୀରେ ଓଲଟିଲା ଡଙ୍ଗା: ୨ ଦିନ ହେଲା ମିଳୁନି ନାବାଳକଙ୍କ ପତ୍ତା

ରାଉରକେଲା,୬।୧୧(ସଙ୍ଗୀତା ଜେନା): କୋଏଲ ନଦୀର ହମିରପୁର ପସରା ଘାଟରେ ଏକ ଡଙ୍ଗା ଓଲଟି ପଡିବାରୁ ଜଣେ ନାବାଳକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ମଧ୍ୟ ନାବାଳକଙ୍କ କୌଣସି ପତ୍ତା ମିଳିପାରିନାହିଁ।

ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦାଙ୍କ କହିବା ଅନୁସାରେ ୨ ଦିନ ହେଲା ଅପରେସନ କରାଯାଉଛି। ହେଲେ ନାବାଳକଙ୍କ କୌଣସି ପତ୍ତା ମିଳିନାହିଁ। ଉକ୍ତ ଡଙ୍ଗାରେ ୩ ଜଣ ଥିଲେ। ଡଙ୍ଗା ଓଲଟିବାରୁ ୨ଜଣ ସୁରକ୍ଷିତ କୂଳକୁ ଆସିଥିବା ବେଳେ ନାବାଳକ ନଦୀରେ ନିଖୋଜ ହୋଇଯାଇଥିବା ହାଁସଦା କହିଛନ୍ତି।

Dharitri – Odisha’s No.1 Odia Daily