ଦାଣ୍ଡରେ ଠିଆ ହୋଇଥିବାବେଳେ ଉପରକୁ ଲମ୍ଫ ମାରିଲା ବାର୍‌ହା, ଆଉ ତା’ ପରେ…

ପାଟଣା,୨୮ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଡୁମୁରିଆ ଗାଁରେ ସୋମବାର ସକାଳୁ ଏକ ବାର୍‌ହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ ହେଉଛନ୍ତି ଅଜିତ କୁମାର ମହାନ୍ତ। ସୋମବାର ସକାଳୁ ସେ ଘରଦାଣ୍ଡରେ ଠିଆ ହୋଇଥିବା ବେଳେ ଏକ ବାର୍‌ହା ଆସି ତାଙ୍କ ଡାହାଣ ଜଙ୍ଘ ପଛ ପଟେ କାମୁଡ଼ି ଦେଇଛି। ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଠେଙ୍ଗା ବାଡ଼ି ଧର ବାର୍‌ହାକୁ ପିଟିବାରୁ ଏହା ଜଙ୍ଗଲକୁ ଚାଲିଯାଇଥିଲା।