ଦିଗପହଣ୍ଡି,୧୭ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ବାରିହାକଟା ଗ୍ରାମ ନିକଟ ଗାଇଡା ଜଙ୍ଗଲରୁ ଗତ ମାର୍ଚ୍ଚ ୨୧ରେ ଏକ ଗୁଳିବିଦ୍ଧ ବାରହାର ମୃତଦେହ ବନବିଭାଗ କର୍ମଚାରୀ ଜବତ କରିଥିଲେ। ବାରହା ଶିକାରରେ ସମ୍ପୃକ୍ତ ଜଣେ ଶିକାରୀଙ୍କୁ କେ.ନୂଆଗାଁ ପୋଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ବୀରବରପଲ୍ଲି ଗ୍ରାମର ନକୁଳ ଶବର। ଥାନା ମାମଲା ନଂ.୧୨୧/୨୫ ଅନୁଯାୟୀ ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଯାଇଛି।
ଖବରରୁ ଜଣାପଡିଛି, ଗାଇଡା ଜଙ୍ଗଲରେ ବାରହା ଶିକାର ପାଇଁ ୩ଜଣ ଶିକାରୀ ଫାଶ ବସାଇଥିଲେ। ଏନେଇ ଖବର ପାଇ ନୂଆପଡ଼ା ବନପାଳ ଇଷ୍ବା. ଗଣେଶ କର୍ମଚାରୀଙ୍କ ସହ ଜଙ୍ଗଲରେ ପହଞ୍ଚତ୍ ତଲାସି କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ନକୁଳ ଏବଂ ସୁଶାନ୍ତ ଶବର ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ପାରା ବନ କର୍ମଚାରୀ ସଂଗ୍ରାମ ସିଂ ଆହତ ହୋଇଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ସୀମାଞ୍ଚଳ ପ୍ରଧାନଙ୍କୁ ବନ କର୍ମଚାରୀ କାବୁ କରି ନେଇଥିଲେ। ସେ ସମୟରେ ବାରହା ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ, ଲୁହା ତେଣ୍ଟା, ଫାସଯୁକ୍ତ କ୍ଳଚ ଓ୍ବେୟାର, ମୋବାଇଲ ଫୋନ ଜବତ କରାଯାଇଥିଲା। ଏନେଇ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ତେବେ ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ସୀମାଞ୍ଚଳଙ୍କୁ ବନ ବିଭାଗ ପକ୍ଷରୁ ମାମଲା ନଂ.୧୯୭/୨୪-୨୫ରେ କୋର୍ଟଚାଲାଣ କରାଯାଇଥିବା ବେଳେ ସୁଶାନ୍ତ କୋର୍ଟରେ ଆତ୍ମସମର୍ପଣ କରି ଜାମିନରେ ଆସିଛନ୍ତି।