ବ୍ଲୁ ଡାଇମଣ୍ଡ କ୍ଲବ ୪-୧ ଗୋଲରେ ବିଜୟୀ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ହେଉଥିବା ୧୫ ବର୍ଷରୁ କମ ବୟସ ବର୍ଗର ସି.ଏମ୍‌ ଟ୍ରଫି ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ବୁଧବାର ଦ୍ୱିତୀୟ ଦିବସରେ ବରଗଡ଼ ବ୍ଲୁ ଡାଇମଣ୍ଡ କ୍ଲବ ଓ ଆମ୍ବେଦକର କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ବ୍ଲୁ ଡାଇମଣ୍ଡ କ୍ଲବ ୪-୧ ଗୋଲରେ ବିଜୟୀ ହୋଇଥିଲା। ମ୍ୟାଚକୁ ରାଜେନ୍ଦ୍ର ଭୁଏ ପରିଚାଳନା କରିଥିବା ବେଳେ ଗୋବର୍ଦ୍ଧନ ବାଗ, ପୂର୍ଣ୍ଣଚନ୍ଦ୍ର ଭୁଏ ଲାଇନରେ ସହଯୋଗ କରିଥିଲେ । ଶୁଭମ ପାତ୍ର ଚତୁର୍ଥ ରେଫରି ଥିବାବେଳେ ସୁରେଶ ଦାଶ ମ୍ୟାଚ କମିଶନର ଥିଲେ। ବରଗଡ଼ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ମ୍ୟାଚ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଫୁଟବଲ ସମ୍ପାଦକ ଶେକ ଶବଦର, କୋଷାଧ୍ୟକ୍ଷ ଡ. ଶୁଭ୍ରାଂଶୁ ଶେଖର ମହାପାତ୍ର, ଜିଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ, କ୍ରୀଡ଼ା ପ୍ରଶିକ୍ଷକ ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚ ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ଆଜୀବନ ସଦସ୍ୟ ପ୍ରଦୀପ ନନ୍ଦ ବ୍ଲୁ ଡାଇମଣ୍ଡ କ୍ଲବର ଦଳ ୩ ନମ୍ବର ଖେଳାଳି ଲିଙ୍ଗରାଜ ମେହେରଙ୍କୁ ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରିଥିଲେ।