ଯାଜପୁର, ୨୫/୫ : ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ତାଙ୍କର ଜନ୍ମଦିନ ଅତ୍ୟନ୍ତ ଗୁରୁତ୍ୱ ବହନ କରିଥାଏ । ନିଜ ନିଜ ଜନ୍ମଦିନ ଦିନକୁ କେମିତି ସ୍ମରଣୀୟ କରିବେ ସେଥିପାଇଁ ସମସ୍ତେ ଲାଗିପଡିଥାନ୍ତି ।ତେବେ ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟ ମହାକାଳ ଫାଉଣ୍ଡେସନ ଓ କ୍ୟାନ୍ସର ହେଲପିଂ ଉଇଂ ର ମିଳିତ ଆନୁକୂଲ୍ୟରେ ଜୟ ମହାକାଳ ଫାଉଣ୍ଡେସନର ସମ୍ପାଦକ ପ୍ରଦୀପ କୁମାର ଦାସ ଏବଂ ଭଉଣୀ ପ୍ରଣତି ଦାସଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଜପୁର ରୋଡ ଠାରେ ଏହା ଆୟୋଜିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ କ୍ୟାନ୍ସର ହେଲପିଂ ଉଇଂ ର ସଭାପତି ଶଙ୍କର୍ଷଣ ଜେନା, ସେକ୍ରେଟାରୀ ରଶ୍ମିରେଖା ପାତ୍ର ଏବଂ ଜୟ ମହାକାଳ ଫାଉଣ୍ଡେସନର ଆବାହକ ଅଜୟ କୁମାର ଦାସ ଉଦ୍ଘାଟନ କରିଥିଲେ। ତେବେ ଏହି ରକ୍ତଦାନ ଶିବିରରୁ ମୋଟ 27 ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
ଥାଲାସେମିଆ ଓ କର୍କଟ ରୋଗୀମାନଙ୍କ ରକ୍ତ ଅଭାବକୁ ଦୂର କରିବାକୁ ଫାଉଣ୍ଡେସନ ତରଫରୁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି ।ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ଫାଉଣ୍ଡେସନର ସଦସ୍ୟଙ୍କ ଜନ୍ମଦିନ ଓ ଅନ୍ୟାନ୍ୟ ସମୟରେ ରକ୍ତଦାନ ପରି ମହତ କାର୍ଯ୍ୟକ୍ରମ ଫାଉଣ୍ଡେସନ ପକ୍ଷରୁ କରାଯାଇଛି । କାର୍ଯ୍ୟକ୍ରମରେ କେବଳ ଯେ ଯୁବବର୍ଗ ଯୋଗ ଦେଇଥିଲେ ତାହା ନୁହେଁ ସବୁ ବର୍ଗର ବ୍ୟକ୍ତି ବିଶେଷ ରକ୍ତଦାନ ଶିବିରରେ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସବୁଠାରୁ ଖୁସିର କଥା ଯାଜପୁରରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରରେ ଭୁବନେଶ୍ୱର,ଭଦ୍ରକ ଏବଂ କେଉଁଝର ଅଂଚଳରୁ ଲୋକ ଆସି ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ କ୍ୟାନ୍ସର ହେଲପିଂ ଉଇଙ୍ଗର ସତ୍ୟଜିତ ସାହୁ, ଅମର କୁମାର ପାତ୍ର, ପ୍ରଦୀପ ପଣ୍ଡା, ଅନନ୍ତ ଚରଣ ସାହୁ, ଅରବିନ୍ଦ ସାହୁ ଆଦି ଯୋଗ ଦେଇଥିଲେ । ସେହିପରି ଜୟ ମହାକାଳ ଫାଉଣ୍ଡେସନର ମନୋଜ କୁମାର ଦାସ, ପ୍ରତାପ କେଶରୀ ମହାପାତ୍ର, ସୁବାସିନୀ ସାହୁ,ପ୍ରଣତି ଦାସ,ଶ୍ରଦ୍ଧାଞ୍ଜଳି ସାହୁ, ଅତସିନୀ ସାହୁ, ତନୁଶ୍ରୀ ସାହୁ, ତ୍ରିଲୋଚନ ଜେନା, ଅଭିଷେକ ସାହୁ, ଦେବବ୍ରତ ମାଝୀ, ଅଲିଭାରାଣୀ ଧୀର, ରାକ୍ଷୀରାଣୀ ତରାଇ, ସରୋଜ ପ୍ରଧାନ, ସୁନୀଲ କୁମାର ଜେନା,ରାଜେନ୍ଦ୍ର ସାହୁ, ରମେଶ ସେନାପତି, ସୋମନାଥ ଦାସ, ଭରତ ଚନ୍ଦ୍ର ସାହୁ ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଆଗାମୀ ଦିନରେ ସମାଜର ହିତ ପାଇଁ ଏମିତି ଆହୁରି ଅନେକ କାର୍ଯ୍ୟ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।