ବ୍ଲକସ୍ଥରୀୟ ସ୍ବାଧିନତାଦିବସ ପାଳନ ଲାଗି…

ପୁରୁଷୋତ୍ତମପୁର,୪।୮ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବ୍ଲକସ୍ଥରୀୟ ସ୍ବାଧିନତାଦିବସ ପାଳନ ଲାଗି ଏକ ପ୍ରସ୍ତୁତ ି ବୈଠକ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ରଥଙ୍କ ଆବାହକରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଏଠାରେ ପ୍ରଥମକରି ବ୍ଲକସ୍ଥରୀୟ ଭାବରେ ପାଳନ କରିବାକୁ ପଦକ୍ଷେପ ନିଆଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ଅତିଥି ଭାବରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର, ଏନଏସି ନିର୍ବାହୀଅଧିକାରୀ ଗୋବିନ୍ଦ ଡନସେନା, ବ୍ଲକ ଶିକ୍ଷାଅଧିକାରୀ କିଶୋରକୁମାର ବେହେରା, ଅତିରିକ୍ତ ବ୍ଲକଶିକ୍ଷାଅଧିକାରୀ ବିଜୟଚନ୍ଦ୍ର ବେହେରାଯୋଗଦେଇଥିଲେ। ପ୍ରଥମଥର ଲାଗି ଏଭଳି କାର୍ଯ୍ୟକ୍ରମ ହେଉଥିବାରୁ କିପରି ଏହି ଉତ୍ସବକୁ ପାଳନ କରାଯିବ ସେଥିଲାଗି ବିସ୍ତୁତ ଆଲୋଚନା ହୋଇଥିଲା। ଏନେଇ ଏକ କମିଟି ଗଠନ କରାଯାଇଥିବାବେଳେ ଏଥିରେ ଆବାହକ ପ୍ରଫୁଲକୁମାର ରଥ, ସଭାପତି ରୁପେ ତହସିଲଦାର ବିନୋଦକୁମାର ବେହେରା, ଉପସଭାପତି ଏନଡିହାଇସ୍କୁଲ ଶିକ୍ଷକ ବ୍ରୁନ୍ଦାବନ ଡାକୁଆ, ସମ୍ପାଦକ ବିଡିଓ ଅବସରପ୍ରାପ୍ତଶିକ୍ଷକ ଏ ରାଜଗୋପାଳ ରାଓ, ସହସମ୍ପାଦକ ଅରୁଣକୁମାର ଗୌଡ, କୋଷାଧକ୍ଷ ଭାବେ ୟୁନିୟନ ବ୍ୟାଙ୍କ ମ୍ୟାନେଜର ରୁପେଶକୁମାର ରଥଙ୍କୁ ମନୋନିତ କରାଯାଇଥିଲା

Share